ଅଯୋଧ୍ୟା ଆସନରୁ ନିର୍ବାଚନ ଲଢ଼ିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ !

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଆସନରୁ ଲଢ଼ିବେ ନିର୍ବାଚନ | ଗତକାଲି ବିଜେପିର ଏକ ୧୦ ଘଣ୍ଟିଆ ମାରାଥନ୍‌ ବୈଠକରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ଲଢ଼ିବା ସଂକ୍ରାନ୍ତରେ ଆଲୋଚନା ହୋଇଥିବା ନେଇ ଅନୁମାନ କରାଯାଉଛି। ଯୋଗୀ ଏବେ ବିଧାନ ପରିଷଦ ସଦସ୍ୟ ରହିଛନ୍ତି। ନିକଟରେ ଯୋଗୀ କହିଥିଲେ ଯେ, ଦଳର ଶୀର୍ଷ ନେତାଙ୍କ ନିଷ୍ପତ୍ତି କ୍ରମେ ସେ ବିଧାନସଭା ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ ଚୟନ କରିବା ପାଇଁ ଖୁବ୍‌ ଶୀଘ୍ର ବିଜେପିର ସିଇସି (କେନ୍ଦ୍ରୀୟ ନିର୍ବାଚନ କମିଟି) ବୈଠକ ହୋଇପାରେ।

ସେପଟେ ଯୋଗୀଙ୍କୁ ଅଯୋଧ୍ୟାରୁ ଛିଡା କରାଇ ବଡ ସଂକେତ ଦେବାକୁ ଚାହୁଁଛି ବିଜେପି । ଏମିତିରେ ଯୋଗୀ ସରକାର ସମୟରେ ଅଯୋଧ୍ୟାରେ ରାମ ମନ୍ଦିର ହୋଇଥିବା ନେଇ ବାରମ୍ବାର ଦୋହରାଇ ଆସିଛନ୍ତି ଯୋଗୀ ଆଦିତ୍ୟନାଥ । ତେଣୁ ଏହି ଆସନରେ ଛିଡା ହେଲେ ଯୋଗୀଙ୍କ ବିଜୟ ସୁନିଶ୍ଚିତ ଏହାର ଆକଳନ କରି ସାରିଛି ବିଜେପି ।

ଅପରପକ୍ଷେ ଉତ୍ତରପ୍ରଦେଶ ବିଜେପିରେ ବିଦ୍ରୋହର ସ୍ୱର ଉଠିଛି | ଗତ ୨ ଦିନ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାରରୁ ୨ ମନ୍ତ୍ରୀ, ୪ ବିଧାୟକଙ୍କ ସମେତ ୬ ନେତା ଇସ୍ତଫା ଦେଲେଣି। ନିର୍ବାଚନ ଖୁବ୍‌ କମ୍‌ ଦିନ ଥିବାବେଳେ ଏହା ବିଜେପି ପାଇଁ ଏକ ଶକ୍ତ ଝଟ୍‌କା।

Related Posts