ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସିଲଭରସିଟିରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଥିବା ବେଳେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗୁଛି। ଆଜି (ସୋମବାର) କଟକରେ ପୁଣି ତିନିଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । କ୍ୟାଣ୍ଟେନମେଣ୍ଟ ରୋଡ, ବାଙ୍କା ବଜାର ଓ ହଜାରି ଲୋନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସଏମସି(CMC) । 3 ପରିବାରରୁ 5 ଲୋଖାଏଁ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ସିଏମସି ଏପରି ପଦକ୍ଷେପ ନେଇଛି ।
ପୂର୍ବରୁ 4 ଟି ମାଇକ୍ରୋ କଣ୍ଟେନମେଣ୍ଟ କଟକରେ ହୋଇଥିଲା ବେଳେ ଆଜିକୁ ମିଶାଇ ଏହି ସଂଖ୍ୟା 7ରେ ପହଁଚିଛି।
ଅନ୍ୟପଟେ କଟକରେ ଆଜି 400 ପାର କରିଥିଲା କୋଭିଡ ପିଜେଟିଭ ରେଟ । ଏହାକୁ ନେଇ ଉଭୟ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ବଢିଛି ଚିନ୍ତା। ତେବେ ଏହି 3 ପରିବାର ପାଇଁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ସିଏମସି ପକ୍ଷରୁ ଗଠନ ହୋଇଛି ଟିମ ।