ଭୁବନେଶ୍ୱର ବିମାନବନ୍ଦର: ୭୨ ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡି ସମସ୍ତଙ୍କ କରାଯିବ ଟେଷ୍ଟ, ସେପଟେ ରେଳ ଷ୍ଟେସନରେ ବି କୋଭିଡ ଟେଷ୍ଟ ବାଧ୍ୟତାମୂଳକ

କରୋନାର ସଂକ୍ରମଣ ଦିନକୁ ଦିନ ପୁଣି ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦକୁ ନେଇ ଜାରି ଗାଇଡଲାଇନରେ ସଂଶୋଧନ କରାଯାଇଛି । ବିଏମସି କାଲି ଗାଇଡଲାଇନର ପୁନଃ ଶଂଶୋଧନ କରିଛି । ୭୨ ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡି ସମସ୍ତଙ୍କ ଟେଷ୍ଟ କରାଯିବ । ନେଗେଟିଭ ରିପୋର୍ଟ ଥିଲେ ଯାତ୍ରୀଙ୍କୁ ଛଡାଯିବ । ହେଲେ ପୂର୍ବ ଗାଇଡଲାଇନରେ କୁହାଯାଇଥିଲା ସମସ୍ତ ଯାତ୍ରୀଙ୍କ ଟେଷ୍ଟ ହେବ ।

ବଢୁଥିବା କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଗତକାଲି ଗାଇଡଲାଇନ ଜାରି ହୋଇଥିଲା । ଗାଇଡଲାଇନରେ କୁହାଯାଇଥିଲା କି ସମସ୍ତ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ହେଲେ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି । ରାଜ୍ୟରେ ବଢୁଥିବା କରୋନା ସ୍ଥିତିକୁ ନଜରରେ ରଖି ପୁଣି ସରକାର ନିୟମ କଡାକଡି କରିଛନ୍ତି ।

ବିମାନବନ୍ଦର RTPCR ଟେଷ୍ଟିଂ ବାଧ୍ୟତାମୂଳକ ପରେ ରେଳ ଷ୍ଟେସନ କଡ଼ା ନଜର ରଖିବାକୁ ସ୍ଥିର କରିଛି ବିଏମ୍‌ସି ।ରେଳ ଷ୍ଟେସନରେ ମଧ୍ୟ କୋଭିଡ ଟେଷ୍ଟିଂ କରାଯିବ । ଏହି କ୍ରମରେ ରେଳ ଷ୍ଟେସନରେ ମଧ୍ୟ ହେବ ଯାତ୍ରୀଙ୍କ ସ୍କ୍ରିନିଂ । ସ୍କ୍ରିନିଂ ଆଉ ଟେଷ୍ଟିଂ ସମୟରେ ରହିବେ ଏକାଧିକ ଟିମ୍‌ ।

Related Posts