ୟୁପି ବିଧାନସଭା ନିର୍ବାଚନ: ୧୨ ଜଣ ଆଇଏଏସ୍ ଅଫିସରଙ୍କ ବଦଳି

ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ | ତେବେ ନିର୍ବାଚନ ପୂର୍ବରୁ ୧୨ ଜଣ ଆଇଏଏସ୍ ଅଫିସରଙ୍କ ବଦଳି ହୋଇଛି । ଏଥିସହ ୫ ଜିଲ୍ଲାର ଡ଼ିଏମଙ୍କ ମଧ୍ୟ ବଦଳି ହୋଇଛି । ମାଉ, ଆଜମଗଡ଼,ବଲିୟା,ଶାହଜହାଂପୁର,ଉମେଠି ଆଦି ଜିଲ୍ଲା ରହିଛି ।

ଏହା ଛଡ଼ା ଅଯୋଧ୍ୟାର କମିଶନରଙ୍କୁ ମଧ୍ୟ ବଦଳି କରାଯାଇଛି । ଏହି ପ୍ରକ୍ରିୟାରେ ନବଦୀପ ରିନାୱାଙ୍କୁ ଅଯୋଧ୍ୟାର କମିଶନର ଭାବେ ବଦଳି କରାଯାଇଛି , ସେହିପରି ପୁର୍ବରୁ ଥିବା କମିଶନର ଙ୍କୁ ବାହାର କରିଦିଆଯାଇଛି । ତାଙ୍କ ନାଁରେ ପୁର୍ବରୁ ଜମି ବିକ୍ରି କରିବା ଅଭିଯୋଗ ରହିଥିଲା ।

ଡ଼ିଜିପି ମୁଖ୍ୟାଳୟ ଆଜି ୪ ପିପିଏସ୍ ଅଫିସରଙ୍କ ବଦଳି ପାଇଁ ଆଦେଶ ଦେଇଛନ୍ତି । ସୋନଭଦ୍ରର ଆଡ଼ିସନାଲ ଏସପି ରାଜୀବ କୁମାର ସିଂଙ୍କୁ ଆଗ୍ରାର ନୁଆ ଆଡ଼ିସନାଲ ଏସପି କ୍ରାଇମ୍ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ମାୟାରାମ ବର୍ମାଙ୍କୁ ଆଗ୍ରାର ଏଡ଼ିସିପି ଲକ୍ଷ୍ନୌ ର କମିଶନରେଟ୍ ଭାବେ ନିଯୁକ୍ତି ଦିଆଯାଇଛି । ଇଟାବାର ଏଡ଼ିସନାଲ ଏସପି ଗ୍ରାମିଣ ଓମବୀର ସିଂ ଙ୍କୁ ଏସପି ସିଟି ଭାବେ ନିଯୁକ୍ତି ଦିଆଯାଇଛି ।

Related Posts