କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ୱାରଙ୍କୁ କରୋନା । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ସେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି ।
ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ ନିଜର କୋଭିଡ୍ ଟେଷ୍ଟା କରାଇବାକୁ ଅପିଲ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ । ଏଥିସହ କୋଭିଡ୍ ଗାଇଡଲାଇନକୁ ମାନିବାକୁ ଅନୁରୋଧ କରିଛନ୍ତି ।
ଦେଶରେ ଏବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା, ବେଳେ, ଫେବୃଆରୀ ରେ ତୃତୀୟ ଲହର ଆସିବା ନେଇ ଆଶଙ୍କା ଦେଖା ଦେଇଛି |