ଟିଏମସି ନେତା ବାବୁଲ ସୁପ୍ରିୟୋଙ୍କ ପିଛା ଛାଡ଼ୁନି କରୋନା, ତୃତୀୟ ଥର ପାଇଁ କରୋନା ସଂକ୍ରମିତ

ଟିଏମସି ନେତା ବାବୁଲ ସୁପ୍ରିୟୋଙ୍କ ପିଛା ଛାଡ଼ୁନି କରୋନା | ସେ ପୁଣି ଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେ ୩ୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ, ବାପା ଓ କିଛି କର୍ମଚାରୀଙ୍କ ରିପୋର୍ଟ ବି ପଜିଟିଭ ଆସିଛି । ସେ ସେସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ବାବୁଲ କକଟେଲ ଶଟର ମୂଲ୍ୟ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବେ କକଟେଲ ଶଟର ମୂଲ୍ୟ ୬୧ ହଜାର ରହିଛି ।

ସୁପ୍ରିଓ ଟ୍ୱିଟ କରି କହିଛନ୍ତି ଯେ ତାଙ୍କୁ ୮୪ ବର୍ଷ ବୟସ୍କ ପିତାଙ୍କ ପାଇଁ କରୋନା ଟିକା କକଟେଲ କିଣିବାକୁ ପଡିବ, କିନ୍ତୁ ଏହାର ମୂଲ୍ୟ ଏତେ ଅଧିକ ଯେ ଗରିବ ଲୋକ ଏହାକୁ କିଣି ପାରିବେ ନାହିଁ।

ବାବୁଲ ଟ୍ୱିଟ କରି କହିଛନ୍ତି, ‘ମୁଁ, ମୋ ପତ୍ନୀ, ବାପା ଏବଂ ଆହୁରି ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | କିନ୍ତୁ ମୋର ଚିନ୍ତାର କାରଣ ହେଉଛି କରୋନା ଗୁରୁତର ରୋଗୀଙ୍କୁ ଦିଆଯାଇଥିବା କକଟେଲ ଟିକା, ଯାହାର ମୂଲ୍ୟ ୬୧ ହଜାର ଟଙ୍କା ରହିଛି | ମୋ ବାପାଙ୍କୁ ଏହି ଟିକା ଆବଶ୍ୟକ ହେଉଥିବାବେଳେ ମୋତେ କିଣିବାକୁ ପଡିଥିଲା | ଆର୍ଥିକ ଦୃଷ୍ଟିରୁ ସ୍ଵଛଳ ନଥିବା ବର୍ଗ ଏହାକୁ କିଣିବାରେ କିପରି ସକ୍ଷମ ହେବ’?

ପୂର୍ବରୁ ୨୦୨୦ ନଭେମ୍ବର ଓ ୨୦୨୧ ଏପ୍ରିଲରେ ସେ କରୋନା ସଂକ୍ରମିତ ହୋଇଥିଲେ । ଓମିକ୍ରନ ଭାରତରେ ତାର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଥିଲେ ମଧ୍ୟ ଏବେ ବି ଲୋକମାନେ ସତର୍କତା ଅବଲମ୍ବନ କରୁ ନାହାନ୍ତି ବୋଲି ବାବୁଲ କହିଛନ୍ତି ।

Related Posts