ଖୋଲିଲା ନନ୍ଦନକାନନ, କୋଭିଡ ଗାଇଡଲାଇନ୍ ମାନି ବୁଲିବେ ପର୍ଯ୍ୟଟକ

ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ ଥିବା ନନ୍ଦନକାନନ,ଆଜିଠୁ ଖୋଲିଛି | ତେବେ ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଗାଇଡଲାଇନ୍ ମାନି ବୁଲିପାରିବେ । ଓମିକ୍ରନ୍‌ ସଂକ୍ରମଣକୁ ଆଖି ଆଗରେ ରଖି କୋଭିଡ ଗାଇଡ୍ଲାଇନ ଜାରି କରାଯାଇଛି |

ପର୍ଯ୍ୟଟକମାନେ କରୋନା ଗାଇଡ୍‌ଲାଇନ୍‌ ମାନି ଉଭୟ ଉଦ୍ୟାନ ବୁଲିପାରିବେ ।

କିନ୍ତୁ ବଣଭୋଜି କରିବାକୁ ବାରଣ କରାଯାଇଛି । ବଣଭୋଜିକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନନ୍ଦନକାନନର ୱେବସାଇଟ ମାଧ୍ୟମରେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରି କୋଭିଡ୍‌ର ସମସ୍ତ ନିୟମ ମାନି ବୁଲିବେ ।

Related Posts