ଅପହରଣର କିଛି ଘଣ୍ଟା ପରେ ମିଳିଲା ଶିଶୁପୁତ୍ର, ପିଲା ବଦଳରେ 10 ଲକ୍ଷ ଟଙ୍କା ଦାବି କରିଥିଲେ ଦୁର୍ବୁତ୍ତ

ପ୍ରଥମେ ଅପହରଣ ପରେ ମିଳିଲା ଶିଶୁପୁତ୍ର | ବରଗଡ଼ ଏସିସି ସିମେଣ୍ଟ କାରଖାନାର ବରିଷ୍ଠ ଅଧିକାରୀ ଜମିଲ ଖାନଙ୍କ ନଅ ବର୍ଷର ପୁଅକୁ ଦୁର୍ବୁତ୍ତ ମାନେ ଅପହରଣ କରି ନେଇଯାଇଥିଲେ | ରବିବାର ସନ୍ଧ୍ୟାରେ ସିମେଣ୍ଟନଗର କଲୋନୀରୁ ଅପହରଣ କରି ନିଆଯାଇଥିଲେ | ପରେ ପିଲା ବଦଳରେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ | ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ପରେ ଅପହରଣକାରୀ ବିଳମ୍ବିତ ରାତିରେ ତାକୁ ଆଣି ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଛାଡ଼ି ଦେଇଥିଲେ। ଶିଶୁପୁତ୍ରଟି ରାତିରେ ଚାଲି ଚାଲି ଘର ଆଡ଼କୁ ଆସୁଥିବାବେଳେ କାରଖାନା କର୍ମଚାରୀମାନେ ତାକୁ ଚିହ୍ନିପାରି ପୋଲିସକୁ ସୂଚନା ଦେଇଥିଲେ।

ACC ସିମେଣ୍ଟ କାରଖାନାର CSR ମୁଖ୍ୟଙ୍କ ପୁଅକୁ ଅପହରଣ, 10 ଲକ୍ଷ ଟଙ୍କା ଦାବିପରେ ପୋଲିସ ନାବାଳକକୁ ସେଠାରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି। ଅପହୃତ ନାବାଳକ ଅକ୍ଷତ ଅବସ୍ଥାରେ ଫେରି ଆସିଥିବାରୁ ପରିବାରଲୋକ ଆଶ୍ବସ୍ତ ହୋଇଥିଲେ ମଧ୍ୟ ଅପହରଣ ପଛର ରହସ୍ୟ ଉନ୍ମୋଚନ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ ବରଗଡ ACC ସିମେଣ୍ଟ କାରଖାନାରେ CSR ମୁଖ୍ୟ ଭାବେ କାର୍ଯ୍ୟରତ ଏମଡି ଜମିଲ ଅକତର ଖାନଙ୍କ ନଅ ବର୍ଷର ଶିଶୁପୁତ୍ର ଘର ନିକଟରେ ପାଖ ପଡୋଶୀ ପିଲାଙ୍କ ସହ ସନ୍ଧ୍ୟା 6 ଟା ସମୟରେ ଖେଳୁଥିବା ବେଳେ କିଛି ଦୁର୍ବୁତ୍ତ ଶିଶୁଟିକୁ ଉଠାଇ ନେଇଯାଇଥିଲେ । ସାଙ୍ଗରେ ଖେଳୁଥିବା ପିଲାମାନେ ଯାଇ ଘର ଲୋକଙ୍କୁ କହିବା ପରେ ଶିଶୁଟିକୁ ଅପହରଣ କରାଯାଇଥିବା ଜଣାପଡିଥିଲା । ତେବେ କିଏ ଏବଂ କେଉଁ କାରଣରୁ ଏହି ଅପହରଣ କରିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଥିଲା ।ଅନ୍ୟପଟେ ଏହି ଅପହରଣ ଘଟଣାରେ ଅପହରଣକର୍ତ୍ତାଙ୍କ ଏକ ଚିଠି ମଧ୍ୟ ରାସ୍ତାକଡ଼ରେ ପଡିଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ତିନି ଦିନ ଭିତରେ 10 ଲକ୍ଷ ଟଙ୍କା ଦେବାକୁ ଦାବି ହୋଇଥିଲା । ଏହି ଘଟଣା ବିଷୟରେ ପୋଲିସକୁ ଖବର ଦେଲେ କିମ୍ବା ଅନ୍ୟ କାହାକୁ ଜଣାଇଲେ ଅପହୃତ ହୋଇଥିବା ଶିଶୁଟିକୁ ଅଦୃଶ୍ୟ କରିଦିଆଯିବ ବୋଲି ଚିଠିରେ ଲେଖାଯାଇଥିଲା । ତେବେ ଏହି ଚିଠିଟି ହସ୍ତଗତ ହେବାପରେ ପରିବାର ଲୋକେ ତଥା ଆଖପାଖ ପଡୋଶୀ ଭୟଭୀତ ହୋଇପଡିଥିଲେ । ଘଟଣାସ୍ଥଳକୁ ବରଗଡ SP ରାହୁଲ ଜୈନ ପହଞ୍ଚି ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହିତ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଥିବା ବେଳେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପହଞ୍ଚି ସେମାନଙ୍କୁ ଆଶ୍ବସନା ଦେଇଥିଲେ ।

Related Posts