ଓମିକ୍ରନ ଭୟ: ଆଜିଠୁ ପାଞ୍ଚ ଦିନ ନନ୍ଦନକାନନ ବନ୍ଦ

ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ବନ୍ଦ ରହିବ ନନ୍ଦନକାନନ । ୩ତାରିଖ ଯାଏଁ ୫ଦିନ ବନ୍ଦ ରହିବ ନନ୍ଦନକାନନ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ରଖିବାକୁ ନିଷ୍ପତି ହୋଇଛି ।

ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ନୂଆବର୍ଷ ଆସିଲେ ନନ୍ଦନକାନନରେ ପ୍ରତିବର୍ଷ ଭିଡ଼ ଜମିଥାଏ । ଭିଡ଼ ଜମିଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକାଯିବା ନେଇ ଆଗୁଆ ପଦକ୍ଷେପ ନିଆଯାଇଛି ।

Related Posts