ଅହେତୁକ ଭାବେ ବୃଦ୍ଧି ପାଉଛି ପଲିଥିନ ବ୍ୟବହାର, କଟକ ମହାନଗର ନିଗମ ପକ୍ଷରୁ ୨୫ କୁଇଣ୍ଟାଲ ପଲିଥିନ ଜବତ

କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ସୋମବାର ମାଲଗୋଦାମର ଏକ ଦୋକାନରେ ଚଢାଉ | ଗୋଟିଏ ଦୋକାନରୁ ୨୫ କୁଇଣ୍ଟାଲ ପଲିଥିନ ଜବତ ହୋଇଛି | ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା | ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ବଡ ସହର ମାନଙ୍କରେ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଥିବା ବେଳେ, କିନ୍ତୁ କରୋନା ସମୟରେ ପଲିଥିନା ବ୍ୟବହାରରେ ଅହେତୁକ ବୃଦ୍ଧୀ ଘଟିଥିଲା । ସମାନ ଭାବରେ କଟକ ସହରରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ହେଲେ ଏହାକୁ ନ ମାନି ବ୍ୟବସାୟୀମାନେ ଖୁଲମଖୁଲା ବିକ୍ରି କରୁଛନ୍ତି।

ତେବେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଥିଲା |

Related Posts