ଯୌତୁକ ପାଇଁ ବଧୂ ହତ୍ୟା, ଥାନାରେ ଅଟକ ହେଲେ ସ୍ୱାମୀ ଓ ଦେଢଶୁର : କଟକ

ସତ୍ୟପାଠ 27/12 କଟକ: ପୁଣି ଯୌତୁକ ପାଇଁ ବଧୂ ହତ୍ୟା,ହତ୍ୟା କରି ରାତି ଅଧିଆ ଶବ ପୋଡ଼ିବା ଉଦ୍ୟମ ହେଲା ପଣ୍ଡ । ସ୍ଵାମୀ ଓ ଦେଢଶୁର ଥାନାରେ ଅଟକ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ରାଣୀପଡ଼ା ଗାଁରେ । ସୂଚନାନୁଯାୟୀ, ରବିବାର ରାତିରେ ରାଣୀପଡ଼ା ଗ୍ରାମର ମନୋଜ ଦାସଙ୍କ ସ୍ତ୍ରୀ ରୂପାଲି ଦାସ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ଶ୍ଵଶୁର ଘର ଲୋକେ କାହାକୁ କିଛି ନଜଣାଇ ଅନ୍ତିମ ସଂସ୍କାର କରୁଥିବା ରୂପାଲିଙ୍କ ପରିବାର ଲୋକେ କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ରୂପାଲିଙ୍କ ବାପା ଝିଅକୁ ହତ୍ୟା କରାଯାଇଥିବା ନିଆଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୂପାଲିଙ୍କ ଶବ ଜବତ କରିବା ସହ ସ୍ଵାମୀ ମନୋଜ ଦାସ ଓ ତାଙ୍କ ବଡ଼ ଭାଇଙ୍କୁ ଥାନାରେ ଅଟକ ରଖିଛି। ରୂପାଲି ଦାସଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଅବଦଲପୁର ହୋଇଥିବା ବେଳେ ସେ ମନୋଜ ଦାସଙ୍କୁ ଜୁନ୍ ୨୦୧୮ ମସିହାରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ରୂପାଲିଙ୍କ ଶ୍ଵଶୁର ଘର ଲୋକେ ଅଧିକା ଯୌତୁକ ପାଇଁ ତାଙ୍କୁ ବାରମ୍ବାର ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଯୌତୁକ ଟଙ୍କା ପାଇଁ ବିଭିନ୍ନ ସମୟରେ ତାଙ୍କୁ ହତ୍ୟା ଧମକ ଦେଉଥିଲେ ବୋଲି ରୂପାଲିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଯୌତୁକ ପାଇଁ ରୂପାଲିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥାଇ ପାରନ୍ତି ବୋଲି ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।

Related Posts