ମୁମ୍ବାଇରେ ନୂତନ ବର୍ଷର ଉତ୍ସବ ଉପରେ ଲାଗିଲା କଟକଣା

ଡରାଉଛି ଓମିକ୍ରନ୍ | ଏନେଇ ବିଏମ୍‌ସି ପକ୍ଷରୁ ମୁମ୍ବାଇରେ ନୂତନ ବର୍ଷର ଉତ୍ସବ ପାଳନ ପାଇଁ ଏହାର ନିୟମାବଳୀକୁ ଆହୁରି କଡାକଡି କରିଛି। ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ଯେ ମୁମ୍ବାଇର ଆବଦ୍ଧ କିମ୍ବା ଖୋଲା ସ୍ଥାନରେ କୌଣସି ନୂତନ ବର୍ଷର ପାର୍ଟୀ କିମ୍ବା ଉତ୍ସବକୁ ଅନୁମତି ଦିଆଯିବ ନାହିଁ।

ଏହି ନିର୍ଦ୍ଦେଶାବଳୀ ୨୫ ଡିସେମ୍ବରରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

Related Posts