ଫାଇଜର ଦ୍ବାରା ପ୍ରସ୍ତୁତ କୋଭିଡ୍ ଟାବଲେଟକୁ ଆମେରିକାର ମଞ୍ଜୁରୀ

ଫାଇଜର ଦ୍ବାରା ପସ୍ତୁତ କୋଭିଡ ଟାବଲେଟକୁ ମିଳିଲା ଅନୁମତି । ଆମେରିକାର ଫୁଡ୍ ଏବଂ ଡ୍ରଗ୍ସ ଅଥୋରିଟି ଫାଇଜର କୋଭିଟ ଟାବଲେଟକୁ ଘରୋଇ ଚିକିତ୍ସା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହା ଦୃତ ଗତିରେ ବ୍ୟାପୁଥିବା ଓମିକ୍ରନ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ହସ୍ପିଟାଲରେ ଭର୍ତି ହେଉଥିବା କୋଭିଡ ରୋଗୀ ଏବଂ ଅଧିକ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ବଟିକା ୯୦ ପ୍ରତିଶତ ଫଳପ୍ରଦ ବୋଲି ଏହାର କ୍ଲିନିକାଲ ପରୀକ୍ଷାରୁ ଜଣାପଡିଛି । ଏହା ଓମିକ୍ରନ କ୍ଷେତ୍ରରେ ମଧ୍ୟ ଫଳପ୍ରଦ ବୋଲି ସୂଚନା ମିଳିଛି ।
ତେବେ ୧୨ ବର୍ଷରୁ ଅଧିକ ଥିବା ସମସ୍ତ ରୋଗୀଙ୍କୁ ଏହି ଟିକା ଦିଆଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାରେ ଏହି ବଟିକା ଯଥା ଶିଘ୍ର ପହଂଚାଇବା ପାଇଁ କମ୍ପାନୀ ପ୍ରସ୍ତୁତ ରହିଥିବା କହିଛି ।

Related Posts