ୟୁନେସ୍କୋର ଅନ୍ତର୍ଜାତୀୟ ସାଂସ୍କୃତିକ ଐତିହ୍ୟରେ କୋଲକାତା ଦୁର୍ଗାପୂଜା

କୋଲକାତାର ପ୍ରସିଦ୍ଧ ଦୁର୍ଗାପୂଜା ୟୁନେସ୍କୋର ଆନ୍ତର୍ଜାତିକ ସାଂସ୍କୃତିକ ଐତିହ୍ୟର ପାର୍ବଣର ସ୍ବୀକୃତି ପାଇଛି | ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ କରି, ଏହା ଆମ ସଂସ୍କୃତିକ ଏକତାର ପରଚୟ ବହନ କରେ ବୋଲି କହିଛନ୍ତି । ସେହିପରି ମମତା ବାନାର୍ଜୀ ମଧ୍ୟ ଏହାକୁ ବେଙ୍ଗଲ ପାଇଁ ଏକ ଗର୍ବିତ କ୍ଷଣ ବୋଲି ବର୍ଣ୍ଣନା କରିବା ସହ ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ ବରଂ ଏହା ସମସ୍ତଙ୍କ ପାଇଁ ଏକତା ଓ ଆବେଗ ବୋଲି କହିଛନ୍ତି । କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ଏହା ହେଉଛି ଆମର ସମୃଦ୍ଧ ଐତିହ୍ୟ, ସଂସ୍କୃତି, ରୀତିନୀତି ଏବଂ ପ୍ରଥା ଏବଂ ନାରୀମାନଙ୍କର ଇଶ୍ବରୀୟତା ଏବଂ ନାରୀତତ୍ତ୍ବର ଆତ୍ମା ​ସଦୃଶ ।

ଡିସେମ୍ବର 13 ରୁ 18 ପର୍ଯ୍ୟନ୍ତ ଫ୍ରାନ୍ସର ପ୍ୟାରିସର ଆୟୋଜିତ ୟୁନେସ୍କୋର ସୁରକ୍ଷା ସମ୍ମିଳନୀରେ ଆନ୍ତ ରାଜ୍ୟ କମିଟି ଏହାର 16 ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏପରି ନିଷ୍ପତ୍ତି ସମ୍ପର୍କରେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ କରିବାର ବିଷୟ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Related Posts