ଚିନ୍ତା ବଢ଼ାଇଲା ଓମିକ୍ରନ୍‌, ୩ ବର୍ଷର ଶିଶୁ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ଦ୍ୱାରା ସଂକ୍ରମିତ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମିତକୁ ନେଇ ଏବେ ଦେଶରେ ବଢୁଛି ଚିନ୍ତା | ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି | ଏହାରି ମଧ୍ୟରେ ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି।

ଚିହ୍ନଟ ୭ ନୂଆ ସଂକ୍ରମିତଙ୍କ ମଧ୍ୟରୁ ମୁମ୍ବାଇରୁ ୩ ଜଣ ଏବଂ ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

ବର୍ତ୍ତମାନ ସୁଦ୍ଧା ଯେତେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଓମିକ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି।

ମୁମ୍ବାଇରେ ଚିହ୍ନଟ ହୋଇଥିବା ୩ ଜଣ ବ୍ୟକ୍ତିଙ୍କର ବୟସ ଯଥାକ୍ରମେ ୪୮, ୨୫ ଓ ୩୭ ହେବ। ଏହି ୩ ଜଣ ଯଥାକ୍ରମେ- ତାଞ୍ଜାନିଆ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ। ସେହିପରି ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ଚିହ୍ନଟ ୪ ନୂଆ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ଜଣେ ନାଇଜେରିଆ ମହିଳାଙ୍କ ଯୋଗାଯୋଗରେ ଆସିଥିଲେ।

ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବା ୭ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଟିକା ନେଇସାରିଛନ୍ତି। ଜଣେ କୋଭିଡ୍‌ ଟିକାର ଗୋଟିଏ ଡୋଜ୍ ନେଇଛନ୍ତି। ଚିହ୍ନଟ ହୋଇଥିବା ୪ ଜଣଙ୍କ ଭିତରେ କୌଣସି ଲକ୍ଷଣ ଥିବା ବେଳେ ୩ ଜଣଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି।

Related Posts