ଆଜି ଶ୍ରୀଜିଉଙ୍କ ଘୋଡ ଲାଗି ବେଶ

ଆଜି ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଅନୁଷ୍ଠିତ ହେବ ଓଢ଼ଣ ଷଷ୍ଠୀ ପର୍ବ ପର୍ବ ବା ଘୋଡ ଲାଗି ବେଶ | ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ହୋଇଥିବା ବେଳେ, ଆଜି ଏହି ଅବସରରେ ଶ୍ରୀମନ୍ଦିରରେ ନୀତି ହେବ |

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତିଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଇଥାଏ। ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ବା ଘୋଡ଼ ପରିଧାନ କରିଥାନ୍ତି ମହାପ୍ରଭୁ। ଏହି ଘୋଡ଼ଲାଗି ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିବେ ମହାପ୍ରଭୁ । ଗତକାଲି ତିନି ଠାକୁରଙ୍କ ସହ ମା ବିମଳା, ଲକ୍ଷ୍ମୀ, ସରସ୍ବତୀ ଓ ମଦନମୋହନଙ୍କ ପାଇଁ ପ୍ରସ୍ତୁତ ଘୋଡ଼ ଅଧିବାସ ହୋଇଥିଲା । ଆଜି ଠାକୁରଙ୍କୁ ଘୋଡ଼ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି ।ଓଢ଼ଣୀ ଶଷ୍ଠୀ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଘୋଡ ଲାଗି ବେଶ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ହୋଇଥିବାରୁ ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି।

Related Posts