(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଏଣିକି ଗୋଟିଏ ନମ୍ବର ଡାଏଲ କଲେ ମିଳିବ ଦୁଇ ଦୁଇଟି ସେବା। ଓଡ଼ିଶାରେ ଲାଗୁ ହୋଇଛି ଏମରଜେନସି ରେସପନ୍ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ସେବା ୧୧୨। ଏହାର ଅର୍ଥ ହେଉଛି ଏଣିକି ଅଗ୍ନିଶମ ବିଭାଗ ବା ଦମକଳବାହିନୀର ସହୟତା ପାଇଁ ଲୋକଙ୍କୁ ଆଉ ୧୦୧ ଡାଏଲ୍ କରିବାକୁ ପଡ଼ିବ ନାହିଁ। ଏହା ବଦଳରେ ସେବା ଚାହୁଁଥିବା ବ୍ୟକ୍ତିକୁ ଲୋକ ୧୧୨ ଡାଏଲ୍ କରିଵାକୁ କଲ କରିବାକୁ ପଡ଼ିବ। ଏଣିକି କେବଳ ୧୧୨ ହିଁ ଏକମାତ୍ର ଏମରଜେନ୍ସି ସେବା ନମ୍ବର ରହିବ।
ଏହି ସେବା ଲାଗୁ ହେବା ଦ୍ବାରା ବିଶେଷ ଭାବରେ ମହିଳା ଓ ବରିଷ୍ଠ ନାଗରିକମାନେ ହିଁ ଉପକୃତ ହୋଇପାରିବେ। ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଏହି ନମ୍ବରକୁ କଲ୍ କଲେ ତୁରନ୍ତ ସେବା ମିଳିପାରିବ। ସେହିଭଳି ପୂର୍ବରୁ ଜରୁରିକାଳୀନ ପୁଲିସ ସହାୟତା ପାଇଁ ୧୦୦ ନମ୍ବର ମଧ୍ୟ ଏହା ସହିତ ମିଶାଇ ଦିଆଯାଇଛି। ଏ ନେଇ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘୧୧୨’ ଇଣ୍ଡିଆ ମୋବାଇଲ ଆପ୍କୁ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଆପ୍ ମାଧ୍ୟମରେ ଜଣେ ବ୍ୟକ୍ତି ନିଜର ନାମ ପଞ୍ଜୀକରଣ କରିବା ସହିତ ଲୋକଙ୍କୁ ସହଯୋଗ କରିବା ପାଇଁ ପ୍ରାଶାସନ ପକ୍ଷରୁ ନିବେଦନ କରାଯାଇଛି। ତେଣୁ ଏଣିକି ଲୋକମାନେ ୧୦୧ ବଦଳରେ ୧୧୨କୁ ଫୋନ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି।