କମୁଛି ବନ୍ୟାଜଳ ପ୍ରବାହ, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ହୀରାକୁଦରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବାରୁ ବନ୍ଦ ହେଲା ୪ ଗେଟ୍ । ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୨୮ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଏବେ ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବର୍ଷା କମୁଥିବାରୁ ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ କମିବାରେ ଲାଗିଛି। ଗତ ୧୪ ତାରିଖ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୨୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୫ ତାରିଖ ରାତି ୯ଟାରେ ୪ ଲକ୍ଷ ୨୧ ହଜାର ୨୮୫ କ୍ୟୁସେକ ପ୍ରବେଶ କରୁଥିଲା।

ସେହିପରି ୧୬ ତାରିଖ ରାତି ୯ଟାରେ ୫ ଲକ୍ଷ ୧୨ ହଜାର ୨୪୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଗତକାଲି ସନ୍ଧ୍ୟା ୬ଟାରେ ୪ ଲକ୍ଷ ୨୨ ହଜାର ୧୯୯ କ୍ୟୁସେକ୍ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିଲା । ଫଳରେ ଜଳଭଣ୍ଡାରର ଜଳସ୍ତର ଏବେ ୬୨୮.୨୯ ଫୁଟ ରହିଥିବା ବେଳେ ବାମପଟରେ ୧୫ ଓ ଡାହାଣପଟରେ ୯ ଫାଟକ ଏବଂ ବିଭିନ୍ନ ମାଧ୍ୟମଦେଇ ୪ ଲକ୍ଷ ୭୩ ହଜାର ୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳ ଭଣ୍ଡାର ମଧ୍ୟକୁ ୩ ଳକ୍ଷ ୭୧ ହଜାର ୨୬୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୯ ହଜାର ୩୮୩ କ୍ୟୁସେକ ଜଳ ନିଷ୍କାସିତ ହେଇଛି ।

Related Posts