ଗ୍ୟାସ୍ ବୋଝେଇ ଗାଡି ସହ ବାଇକ୍ ଧକ୍କା : ଦୁର୍ଘଟଣା ପରେ ଗ୍ୟାସ୍ ଲିକ୍ , ୨ ଗୁରୁତର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । କଡେଇ ଛକ ନିକଟରେ ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା ଦେବାରୁ ଏଭଳି ଘଟିଛୀ । ଦୁର୍ଘଟଣା ଯୋଗୁଁ ଦୁଇ ଜଣ ଗୁରୁତର ହୋଇପଡିଥିବା ବେଳେ ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡିଛି ।

 ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ୍ ଗ୍ୟାସ୍ ଗାଡିଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ୍ ସହ ଧକ୍କା ଦେଇଥିଲା । ବାଇକଟି ଗାଡି ତଳେ ପଶିଯିବା ଫଳରେ ଗ୍ୟାସ୍ ଗାଡିର ଟାୟାର ଫାଟି ଯାଇଥିଲା । ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଟ୍ୟାଙ୍କର-ବାଇକ ଧକ୍କା ହୋଇଛି। ବାଇକଟି ଗାଡ଼ି ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା। ଏହାପରେ ବାଇକରେ ଥିବା ଦୁଇ ଜଣଙ୍କୁ ଗୁରୁତର ଅବସ୍ଥା ରେ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଗ୍ୟାସ୍ ଗାଡିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି ।

 ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ଚେଷ୍ଟା ଜାରି ରଖିଛି ।ଏବେ ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡ଼ି ଯିବା ଆସିବା କରୁଛି। ଜାତୀୟ ରାଜପଥର ଗୋଟିଏ ପାଖରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ବଡ଼ଚଣା ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି। 

Related Posts