ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୨୪ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ ରୁ ବନ୍ୟା ଜଳ ନିଷ୍କାସନ ଜାରି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର :ଉପରେ ମୁଣ୍ଡରେ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଫଳରେ ଗତକାଲି ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଗତକାଲି ମୋଟ ୧୮ଟି ଗେଟ ଖୋଲାଯାଇଥିବା ବେଳେ ଆଜିକୁ ମୋଟ ୨୪ ଗେଟ୍‌ ଖୋଲାଯାଇଛି। ବାମପାର୍ଶ୍ୱର ୧୬ ଟି ଗେଟ ଖୋଲାଯାଇଥିବା ବେଳେ ଡାହାଣ ପାର୍ଶ୍ୱର ୮ଟି ଗେଟ ଖୋଲାଯାଇଛି ହେଉଛି ଜଳ ନିଷ୍କାସନ। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସିତ ହେଉଛି। 

ଫଳରେ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି। ଅପରପକ୍ଷରେ ମହାନଦୀର ଶାଖାନଦୀ ସମେତ ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ଆଦି ନଦୀର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି। ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ନଦୀବନ୍ଧର ଜଳସ୍ତର  ୬୨୮.୩୯ ଫୁଟରେ ପହଞ୍ଚିଛି ଜଳସ୍ତର। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୨.୮୧ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୦.୮୭ ମିଲିମିଟର୍‌ ବର୍ଷା ହୋଇଥିବା ନେଇ ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ମିଳିଛି। 

ମିଳିଥିବା ସୂଚନା ମୁତାବକ , ଆଜି ସକାଳ ୬ଟା ସୁଦ୍ଧା କଟକର ମୁଣ୍ଡଳି ଠାରେ ବିପଦ ସଙ୍କେତ ୯୭.୨୫ ଫୁଟ ଥିବାବେଳେ ଜଳସ୍ତର ୮୮.୯୦ ଫୁଟ ରହିଛି। ମୁଣ୍ଡଳି ଠାରେ ୫,୯୬,୯୫୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସେହିପରି ଏହି ସମୟ ସୁଦ୍ଧା ନରାଜ ଠାରେ ୨,୯୫,୬୭୭ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ଜଳସ୍ତର ୨୫.୫୦ ମିଟର ରହିଛି। 

Related Posts