ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବ : ଆଇଏମଡି ଡିଜି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବଙ୍ଗୋପଗାସରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟ ତମାମ ବର୍ଷା ଲାଗି ରହିଛି। ରବିବାର ଦିନ ଠାରୁ ବର୍ଷା ଲାଗି ରହିଥିବା ବେଳେ ଆଜି ଓ ଆସନ୍ତାକାଲି ରାଜ୍ୟରେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭବନା ରହିଥିବା ନେଇ ଆଇଏମଡି ଡିଜି ମୃତ୍ୟୁଜଂୟ ମହାପାତ୍ର କହିଛନ୍ତି । 

ତେବେ ଉପକୂଳ ଓଡ଼ିଶାରେ ଯେଉଁ ପରିମାଣରେ ବର୍ଷା ହେଉଥିଲା ତାହା କ୍ରମଶଃ କମିବା ସହ ଏହା ଆଭ୍ୟନ୍ତରିଣ ଓଡ଼ିଶା ଆଡକୁ ସ୍ଥାନାନ୍ତର ହେଉଥିବା ନେଇ ସେ ପୂର୍ବାନୁମାନ କରିଛନ୍ତି । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷ କରି ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ବର୍ଷା ହେବାର ସମ୍ଭବାନା ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ମହାନଦୀର ତଳ ଭାଗ ଅର୍ଥାତ୍ ମହାନଦୀର ଉପର ମୁଣ୍ଡ ଯାହା ଛତିଶଗଡ଼ରେ ରହିଛି, ସେଠାରେ ଅଧିକ ବର୍ଷା ଜାରି ରହିବ । ଆଜି ଏବଂ ଆସନ୍ତାକାଲି ମହାନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ମହାନଦୀର ଉପର ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।  

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ , ସେପ୍ଟେମ୍ବର ୧୭ ତାରିଖ  ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଉ ଏକ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୧୮ ତାରିଖ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି  ବର୍ଷା ହେବ ବୋଲି ଆଇଏମଡି ଡିଜି ପୂର୍ବାନୁମାନ କରିଛନ୍ତି । 

Related Posts