ଲଗାଣ ବର୍ଷାରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଜମିଲା ପାଣି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆଉ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ବର୍ଷାରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ମଧ୍ୟ ପାଣି ଜମି ଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।  ଲଗାଣ ବର୍ଷା ଯୋଗୁଁ କୋଣାର୍କ ମନ୍ଦିର ପରିସରରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ମନ୍ଦିର ପରିସରରେ ପାଣି ଜମି ଥିବା କାରଣରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । 

ଲଗାଣ ବର୍ଷା ଯୋଗୁଁ ପାଣି ଜମିବା କାରଣରୁ ଏମିତି  ପରିସ୍ଥିତି ଉପୁଜିଥିବା ବେଳେ ପାଣି ନିଷ୍କାସନ ହୋଇ ନପାରି ମନ୍ଦିର ପରିସର ଜଳାର୍ଣ୍ଣବ ହୋଇଛି । ପର୍ଯ୍ୟଟକ ମାନେ ବର୍ଷା  ପାଣିରେ ବୁଲୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ସୂର୍ଯ୍ୟ ମନ୍ଦିର ପରିସରରେ କୌଣସି ସେଡ଼ ନଥିବାରୁ ପର୍ଯ୍ୟଟକ ମାନେ ଓଦାରେ ବୁଲୁଥିବା ଦେଖିବାକୁ ମିଳିଥିଲା। 

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୮ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । 

Related Posts