(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଉଥିବା କାରଣରୁ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସ୍କୁଲ ଖୋଲିବା ପରେ ଏବେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହେଉଛନ୍ତି। ତୃତୀୟ ଲହର ଛୁଆ ମାନଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ପିଲାଙ୍କ ସୁରକ୍ଷାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଓସେପା (OSEPA) ପକ୍ଷରୁ କୋଭିଡ ମନିଟରିଂ ସେଲ୍ ଗଠନ କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ ସ୍କୁଲର ଦୈନିକ କୋଭିଡ ତଥ୍ୟ ସଂଗ୍ରହ କରି ଏସ୍ପିଡି ଓସେପାକୁ ପଠାଇବାକୁ କୁହାଯାଇଛି ।ସେହିପରି ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ପରେ SOP କଡ଼ାକଡ଼ି ପାଳନ ନେଇ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ଦେଇଛି। ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଦୈନିକ ଉପସ୍ଥାନ ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କୋଭିଡ ସଂପର୍କିତ ଅନ୍ୟ କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ କୁହାଯାଇଛି । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଙ୍କୁ ଯଥାଶୀଘ୍ର ଜିଲ୍ଲା ସ୍ତରରେ କୋଭିଡ୍ ମନିଟରିଂ ସେଲ୍ ଗଠନ କରି ଜଣେ ବରିଷ୍ଠ ଅଧିକାରୀଙ୍କୁ କଂପ୍ଲାଏନ୍ସ ଅଫିସର ଭାବେ ନିଯୁକ୍ତି ଦେବାକୁ କହିଛନ୍ତି।
କୋଭିଡ୍ ଅନୁପାଳନ ଅଧିକାରୀମାନେ ବିଦ୍ୟାଳୟରେ କୋଭିଡ୍ ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବାକୁ ନିଶ୍ଚିତ କରିବେ ଏବଂ ନବମ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦୈନିକ ଉପସ୍ଥାନ ସଂଗ୍ରହ କରିବେ ଏବଂ ଏହାକୁ ପ୍ରତିଦିନ OSEPA ରେ ଦାଖଲ କରିବେ। ଯଦି ଜିଲ୍ଲାରେ କୌଣସି କୋଭିଡ ସମ୍ବନ୍ଧୀୟ ଘଟଣା ଘଟେ, ତେବେ ବିଳମ୍ବ ନକରି ସେହି ଦିନ undersigned ଜଣାଇ ଦେବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି।
ଏହା ମଧ୍ୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ନୂତନ SOP ଜାରି କରିଛନ୍ତି । ସମସ୍ତ ଡିଇଓଙ୍କୁ ଲେଖିଥିବା ପତ୍ରରେ ସାହୁ କହିଛନ୍ତି ଯେ ଶିକ୍ଷକମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ବିଦ୍ୟାଳୟକୁ ଆସୁଥିବା ଛାତ୍ରମାନେ ମାସ୍କ ପିନ୍ଧିବା ଜରୁରୀ। ବିନା ମାସ୍କରେ ଏକ ସ୍କୁଲ୍ ଆସିବା ମନା ବୋଲି କୁହାଯାଇଛି। ଏତଦ୍ ଉଭୟ ଅନ୍ଲାଇନ କିମ୍ବା ଅଫଲାଇନରେ ପାଠ ପଢ଼ା ଜାରି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଶିକ୍ଷାର୍ଥୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି ।
ତେବେ ଏଠାରେ ସୂଚନା ଥାଉକି, ରାଜ୍ୟରେ ଗତ ୩ ଦିନ ମଧ୍ୟରେ ୨ଟି ସ୍କୁଲର ୩୯ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ କାମାକ୍ଷାନଗର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀଙ୍କ ସହ ୬ ଜଣ ଶିକ୍ଷକ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ସ୍କୁଲ ଓ ହଷ୍ଟେଲକୁ ସପ୍ତାହେ ଲାଗି ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅପରପକ୍ଷରେ ବରଗଡ଼ର ଏକ ଘରୋଇ ଆବାସିକ ସ୍କୁଲରୁ ୩ ଦିନରେ କରୋନାରେ ୧୯ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲର ହଷ୍ଟେଲକୁ ବନ୍ଦ କରାଯାଇ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି।
ଅନ୍ୟପକ୍ଷରେ ପିଲାଙ୍କୁ କେମିତି ସଂକ୍ରମଣ ନହେବ ତାହା ବନ୍ଦ କରିବାର ମୁଖ୍ୟ ଭୂମିକା ଅଭିଭାବକମାନଙ୍କର ବୋଲି କହିଛନ୍ତି ଡିଏମ୍ଇଟି । ପିଲା ସ୍କୁଲରେ କେମିତି ସୁରକ୍ଷିତ ରହିବେ ସେ ଦାୟିତ୍ବ ହେଉଛି ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କର । ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ଛାତ୍ର ଛାତ୍ରୀ ମାନଙ୍କର ସୁରକ୍ଷା ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ୮ ହଜାରରୁ ଅଧିକ ସ୍କୁଲ ଅଛି । ଯେଉଁଠି ପଜିଟିଭ୍ ବାହାରୁଛନ୍ତି ସେଠାରେ ପଦକ୍ଷେପ ନିଆଯାଉଛି । ପିଲାମାନଙ୍କ ସଂକ୍ରମଣ ପାଇଁ ମାନସିକ ସ୍ତରରେ ଟେନସନ ରହିବ । କିନ୍ତୁ ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ।