ରାଜ୍ୟରେ ଖୋଲିବ ଆଉ ୨୪ଟି ନୂଆ ଆଇଟିଆଇ କଲେଜ : ବିଧାନସଭାରେ ସୂଚନା ଦେଲେ ଦକ୍ଷତା ବିକାଶ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ଗତ ତିନି ଦିନ ଧରି ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ଆଜି ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗୃହରେ ଉତ୍ତର ରଖି ସୂଚନା ଦେଇଛନ୍ତି ଯେ , ରାଜ୍ୟରେ ବର୍ତ୍ତମାନ ୪୯ଟି ସରକାରୀ ଆଇଟିଆଇ ରହିଛି ଏବଂ ୪୪୮ଟି ବେସରକାରୀ ଆଇଟିଆଇ କଲେଜ ରହିଛି। 

ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଆଗକୁ ରାଜ୍ୟରେ ଆଉ ୨୪ ଟି ନୂଆ ଆଇଟିଆଇ କଲେଜ ଖୋଲିବ। ସେ କହିଛନ୍ତି ଯେ, ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ତାଲିମ ଦେବା ଉପରେ ପ୍ରାଧାନ୍ୟ ଦେଉଛି, କିନ୍ତୁ ନିଯୁକ୍ତି କ୍ଷେତ୍ରରେ ବିଭାଗ ଫୋକସ୍ ଦେଉନଥିବା କହିଛନ୍ତି। ପିଲାଙ୍କୁ ନିଯୁକ୍ତି ଦେବା ଦାୟିତ୍ୱ ସରକାରଙ୍କର , ବିଭାଗ କେବଳ ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ଦେଇ ଥାଏ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଠାରେ ସୂଚନା ଥାଉକି ବିଜେପି ବିଧାୟିକା କୁସୁମ ଟେଟେ ଏବଂ କଂଗ୍ରେସ ବିଧାୟକ ସୁର ରାଉତରାୟ ଆଇଟିଆଇ ସଂପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଆଜି ଏହି ସୂଚନା ଦେଇ ନାହାନ୍ତି। 

ଅପରପକ୍ଷରେ ଅଭିଯୋଗ ଉଠିଛି ଯେ ଆଇଟିଆଇ କ୍ଷେତ୍ରରେ ଭାରତ ସରକାରଙ୍କ ଡିଜିଟି (ଡାଇରେକ୍ଟର ଜେନେରାଲ ଟେକ୍ନିକାଲ ଏଜୁକେସନ) କୋଭିଡ କଟକଣା ଆଳ ଦେଖାଇ ଓଡ଼ିଶାର ୪୯ଟି ସରକାରୀ ଓ ୪୫୭ଟି ଘରୋଇ ଆଇଟିଆଇର ୧୪ ହଜାର ସିଟ୍ ହ୍ରାସ କରାଯାଇଛି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ବିରୋଧ କରିବାରୁ ଏଭଳି ନିଷ୍ପତ୍ତିର ଶିକାର ହୋଇଛନ୍ତି ଛାତ୍ର ଛାତ୍ରୀ ।  ଏମିତି କିଛି ଅଭିଯୋଗ ଆଣିଛନ୍ତି,  ଓଡ଼ିଶା ପ୍ରାଇଭେଟ୍ ଆଇଟିଆଇ ସଂଘର ସଂପାଦକ ଇଞ୍ଜିନିୟର ଦେବାଶିଷ ଆଚାର୍ଯ୍ୟ ।

Related Posts