କାଶ୍ମୀର ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ଟୁଇଟ୍ କୁ ନେଇ ସୋନିଆ ଗାନ୍ଧୀଙ୍କ ନୀରବତାକୁ ଟାର୍ଗେଟ କଲେ ସିନ୍ଧିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କାଶ୍ମୀର ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ଟୁଇଟ୍ ଏବେ ବିବାଦର ବିଷୟ ପାଲଟିଛି। ଏହାକୁ ନେଇ ବିରୋଧୀ ବିଜେପି କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛି। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି। ଗତ କିଛିଦିନ ତଳେ ପଞ୍ଜାବ କଂଗ୍ରେସର ସଭାପତି ନବଜୋତ ସିଂ ସିଦ୍ଧୁଙ୍କର ଦୁଇଜଣ ପରାମର୍ଶଦାତା କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିରୋଧୀ ଏବଂ ଦଳର କିଛି ବରିଷ୍ଠ ନେତା କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଦ୍ଧୁଙ୍କ ପରାମର୍ଶଦାତା ବଲବିନ୍ଦର ସିଂ ମାଲି କହିଥିଲେ ଯେ କାଶ୍ମୀର ଏକ ଅଲଗା ଦେଶ, ଯାହାକୁ ଭାରତ ଏବଂ ପାକିସ୍ତାନ ବେଆଇନ ଭାବେ ଦଖଲ କରିଛନ୍ତି ।  ସିଦ୍ଧୁଙ୍କ ଦ୍ୱିତୀୟ ପରାମର୍ଶଦାତା ପ୍ୟାର ଲାଲ ଗର୍ଗ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଦ୍ୱାରା ପାକିସ୍ତାନର ସମାଲୋଚନା ଉପରେ ପ୍ରଶ୍ନ କରି ବିବାଦ ଘେରକୁ ଟାଣି ହୋଇ ଆସିଥିଲେ। 

ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରି ଏକ ଟୁଇଟ୍ କରିଛନ୍ତି। କଂଗ୍ରେସରୁ ବିଜେପିକୁ ଆସିଥିବା ସିନ୍ଧିଆ ଏବେ ତାଙ୍କ ପୁରୁଣା ଦଳକୁ କଟାକ୍ଷ କରୁଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପଦେଷ୍ଟା ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଏଭଳି ନେତାଙ୍କୁ ଛାଡିବା କଂଗ୍ରେସର ଏକ ବଡ ଭୁଲ ହେବ।

ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ କଂଗ୍ରେସକୁ ଚେତାବନୀ ଦେଇଛନ୍ତି ଯେ ଜାମ୍ମୁ କାଶ୍ମୀରକୁ ନେଇ ପଞ୍ଜାବ କଂଗ୍ରେସ ନେତାଙ୍କ ନିନ୍ଦନୀୟ ମନ୍ତବ୍ୟ ଉପରେ କଂଗ୍ରେସ ହାଇ କମାଣ୍ଡର ନିରବତା ଏହି ରାଷ୍ଟ୍ର ବିରୋଧୀ ବୟାନକୁ ନେଇ ସେମାନଙ୍କର ମିଲିଭଗତକୁ ଦର୍ଶାଉଛି।  ଏହି ଜାତିର ଭାବନା ଏବଂ ଆମର ସୈନିକମାନଙ୍କ ସଂଗ୍ରାମ ଏବଂ ବଳିଦାନ ପ୍ରତି ସେମାନଙ୍କର (କଂଗ୍ରେସ ହାଇକମାଣ୍ଡ) କୌଣସି ସମ୍ମାନ ନାହିଁ ବୋଲି ମନେ ହେଉଛି। 

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହି ନେତାଙ୍କ ବିବୃତ୍ତି ଉପରେ କୌଣସି ପଦକ୍ଷେପ ନନେଲେ କିମ୍ବା କାର୍ଯ୍ୟାନୁଷ୍ଠାନ ନନେଇ ସେମାନଙ୍କୁ ଏହିପରି ଛାଡିଦେବା ଏକ ବହୁତ ବଡ ଭୁଲ ହେବ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏହି ଟ୍ୱିଟକୁ ନେଇ ଲୋକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ଟୁଇଟର ୟୁଜର ଲେଖିଛନ୍ତି ଯେ ଦେଢ ବର୍ଷ ପୂର୍ବେ ଆପଣ (ସିନ୍ଧିଆ) ମଧ୍ୟ ସମାନ ସର୍କଲରେ ଥିଲେ ଏବଂ କଂଗ୍ରେସ ହାଇକମାଣ୍ଡଙ୍କୁ ପୂଜା କରୁଥିଲେ। @aditya_kumar ନାମରେ ଜଣେ ଟ୍ବିଟର ୟୁଜର ଲେଖିଛନ୍ତି ଯେ ହେ ଭାଇ, ତୁମେ ଏତେ ଚତୁରତା କେଉଁଠୁ ଆଣିଛ, ତୁମେ ମାତ୍ର ୨ ବର୍ଷ ପୂର୍ବେ କ’ଣ ଥିଲ ଏବଂ କ’ଣ ହେଲ ଏବଂ ଆଗାମୀ କାଲି କ’ଣ ହେବ ତାହା କିଏ ଜାଣିବ ?  ଅନ୍ୟ ଜଣେ ଟ୍ବିଟର ୟୁଜର ଲେଖିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଯେଉଁମାନେ କହୁଛନ୍ତି ସେମାନେ ଦେଶ ବିକ୍ରି କରୁଥିବା ଲୋକଙ୍କ ଉପରେ ନୀରବ ରହିଛନ୍ତି। ବିଜେପିକୁ କ’ଣ ଯାଇଥିଲ ଦେଶ ବିକ୍ରି କରି ମଜା କରିବା ପାଇଁ ?

Related Posts