ଖୁବଶୀଘ୍ର ୧୭ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ; ୪ ଶହ ଶ୍ରୀମନ୍ଦିରର ଗରିବ ସେବାୟତଙ୍କୁ ମିଳିବ ଘର

jagannath temple

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଗଲା ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ତେବେ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪୦୦ ଘର ଦିଆଯିବ । ଏହାଛଡା ପ୍ରତି ସେବାୟତଙ୍କୁ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର । ଅପରିପକ୍ଷେ ସେବାୟତ ଚାହିଁଲେ ନିଜ ଘର୍ଚ୍ଚରେ ମଧ୍ୟ ଘରକୁ ଆହୁରି ବଢାଇପାରିବେ । ପରିବାର ପିଛା ୬ ଶହ ବର୍ଗଫୁଟର ଜମି ମିଳିବ । ତେବେ ମୋଟ ୮ ଏକର ଜମିରେ ସେବାୟତମାନେ ଘର ନିର୍ମାଣ କରି ପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଆସନ୍ତା ବର୍ଷ ଠାରୁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ ହେବାକୁ ଯାଉଛି । ଏନେଇ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ସହ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରର ବିକାଶ ପାଇଁ ଗୁରୁକୂଳ ଫଣ୍ଡ ମଧ୍ୟ ଗଠନ କରାଯିବ ।

ତେବେ ଏହାକୁ ନିର୍ମାଣ କରିବା ପାଇଁ ମାଟିତୋଟାରେ ୧୭ ଏକର ଜମି ମିଳିନ ବୋଲି ସୂଚନା ମିଳିଛି । ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇ ଏମଓୟୁ ହେବ। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଅନ୍ୟପଟେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ୫ବର୍ଷିଆ ରକ୍ଷଣାବେକ୍ଷଣ ପ୍ଲାନ୍ କରାଯିବ । ଏହା ବାବଦରେ ଏଏସଆଇ ଠାରୁ ପ୍ଲାନ ଆହ୍ୱାନ କରାଯିବ । ମନ୍ଦିର ପ୍ରଶାସନ ସହ ମିଶି ମନ୍ଦିର ରକ୍ଷାଣବେକ୍ଷଣ ନେଇ ନିଷ୍ପତ୍ତି ନେବ ଏଏସଆଇ । ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେବେ। ଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ।

Related Posts