କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ : ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ବାତିଲ ହୋଇଯିବ ଲାଇସେନ୍ସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ । ଏଣିକି ପ୍ରଥମ ଥର ପାଇଁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ବି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଯିବ ।  ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ-ଆରଟିଓ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ଚିଠିରେ କଡ଼ା ନିର୍ଦେଶ ଦିଆଯାଇଛି । ଟ୍ରାଫିକ୍ ନିୟମ କଡ଼ାକଡ଼ି କ୍ଷେତ୍ରରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।

୮ଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଙ୍ଘନରେ ବି ଲାଇସେନ୍ସ ରଦ୍ଦ ହେବ 

> ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ 

> ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ଲାଇସେନ୍ସ ରଦ୍ଦ ହେବ 

> ମଦ ପିଇ ଗାଡି ଚଳାଇଲେ ଏବଂ ଅଧିକ ବେଗରେ ଗାଡି ଚଳାଇଲେ ଲାଇସେନ୍ସ ୩ମାସ ପାଇଁ ରଦ୍ଦ 

> ସେହିପରି ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ, ଅଧିକ ମାଲ୍ ପରିବହନ କଲେ 

> ଟ୍ରାଫିକ ପଏଣ୍ଟରେ ରେଡ ସିଗନାଲ ଭାଙ୍ଗିଲେ 

> ଭୁଲ୍ ଦିଗରୁ ଗାଡି ଚଳାଇଲେ

> ଓଭରଲୋଡ୍ କଲେ 

ଆରଟିଓ ମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି ସୁପ୍ରିମକୋର୍ଟ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ । ଅନ୍ୟପଟେ ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠିରେ ସବୁ ଆରଟିଓ ଅଧିକାରୀଙ୍କୁ ନିର୍ଦ୍ଦେଶ ନିର୍ଦେଶ ଦେଇଛନ୍ତି କମିଶନର। 

Related Posts