(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୪୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଗଲେ ପ୍ରିନ୍ସିପାଲ। ନିଜ ସହକର୍ମୀ ଟିଜିଟି ଶିକ୍ଷକଙ୍କ ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ଟଙ୍କା ନେଉଥିଲେ ପ୍ରିନ୍ସିପାଲ। ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା ଭିଜିଲାନ୍ସ। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ।
ପ୍ରିନ୍ସିପାଲ ସୁଜନ କୁମାର ସାହୁଙ୍କୁ ବିଦ୍ୟାଳୟର ଟିଜିଟି ଶିକ୍ଷକ ରାମକୃଷ୍ଣ ପ୍ରଧାନ ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ଅନୁରୋଧ କରିଥିଲେ। ଏବଂ ଏଥିପାଇଁ ୪୦୦୦ ଟଙ୍କା ଲାଞ୍ଚ ଦେବାକୁ ପ୍ରିନ୍ସିପାଲ କହିଥିଲେ। ଏ ସମ୍ପର୍କରେ ରାମକୃଷ୍ଣ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ।
ଭିଜିଲାନ୍ସକୁ ସୂଚନା ଦେବା ପରେ ପୂର୍ବ ଯୋଜନା ମୁତାବକ, ବୁଧବାର ଦିନ ରାମକୃଷ୍ଣ ପ୍ରିନ୍ସିପାଲଙ୍କୁ ତାଙ୍କ ଅଫିସ୍ ଚାମ୍ବରରେ ୪ ହଜାର ଟଙ୍କା ଦେଇଥିଲେ। ଠିକ୍ ସେହି ସମୟରେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ନୂଆପଡା ଓ କଳାହାଣ୍ତି ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲଙ୍କୁ ଲଞ୍ଚ ନେଉଥିବା ବେଳେ ଜବତ କରିଛନ୍ତି।