(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମାଟ୍ରିକ ଅଫଲାଇନ ପରୀକ୍ଷାରେ ପାସ୍ କଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ମଙ୍ଗଳବାର ପ୍ରକାଶ ପାଇଛି ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ଏଥିରେ ମୋଟ ୫୦୦ ନମ୍ବରରୁ ୩୪୦ ରଖି B2 ଗ୍ରେଡରେ ପାସ୍ କରିଛନ୍ତି ବିଧାୟକ ।
ଗତ ଜୁଲାଇ ୩୦ ତାରିଖ ଦିନ ଦଶମ ଅଫ୍ଲାଇନ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମହାମାରୀ କୋରୋନା ମଧ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା ଦେଇଥିଲେ ।
ସେ ଇଂରାଜୀ, ଓଡ଼ିଆ, ସାମାଜିକ ବିଜ୍ଞାନ, ଗୃହ ବିଜ୍ଞାନ ଓ ପେଣ୍ଟିଂ ପରୀକ୍ଷା ଦେଇଥିଲେ। ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । କୋରୋନା କଟକଣା ଯୋଗୁଁ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର କକ୍ଷ ପ୍ରଦାନ କରାଯାଇଥିଲା ।
ସେ ପେଣ୍ଟିଂ ପରୀକ୍ଷାରେ ସର୍ବାଧିକ ୮୫ ମାର୍କ ରଖିଥିବା ବେଳେ ଇଂରାଜୀରେ ସର୍ବନିମ୍ନ ୪୪ ମାର୍କ ରଖିଛନ୍ତି। ସୂଚନାଥାଉକି ଗତ ଜୁଲାଇ ୩୦ ରୁ ଆରମ୍ଭ ହୋଇ ଅଗଷ୍ଟ ୫ରେ ଶେଷ ହୋଇଥିଲା ଅଫଲାଇନ ମାଟ୍ରିକ ପରୀକ୍ଷା। ମୋଟ ୫୦୪ ସେଣ୍ଟରରେ ୧୫୧୫୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା।