ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିରୋଧରେ ବିବାଦୀୟ ବୟାନ : କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଏବଂ କରୋନା ନିୟମ ଉଲ୍ଲଂଘନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  

ବିଜେପି ପକ୍ଷରୁ ଏଵେ ଦେଶବ୍ୟାପୀ ଜନ ଆଶିର୍ବାଦ ଯାତ୍ରା ଆରମ୍ଭ ହୋଇଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ମହାରାଷ୍ଟ୍ରରେ କାର୍ଯ୍ୟକ୍ରମରେ ଯୋଗଦେଇ ସିଏମ୍ ଉଦ୍ଧବ ଠାକରେଙ୍କ ବିଷୟରେ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି।

 ସ୍ୱାଧୀନତା ଦିବସ ଅବସରରେ ସିଏମ ଉଦ୍ଧବ ଠାକରେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆମେ ଅମୃତ ମହୋତ୍ସବଙ୍କ ବଦଳରେ ୭୫ ବର୍ଷର ସ୍ୱାଧୀନତାକୁ ହୀରା ମହୋତ୍ସବ ବୋଲି କହିଥିଲୁ ଏବଂ ତା’ପରେ ଆମର ଭୁଲକୁ ସଂଶୋଧନ କରିଥିଲୁ।  ଏହାକୁ ନେଇ ନାରାୟଣ ରାଣେ କହିଛନ୍ତି-  ଯଦି ସେ ସେହି ସମୟରେ ଥାଆନ୍ତେ, ସେ କାନ ତଳେ ଜୋରଦାର ଚାପୁଡ଼ା ମାରିଥାନ୍ତେ । କାରଣ ଅଗଷ୍ଟ ୧୫ରେ ନାଗରିକଙ୍କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତାରେ ବର୍ଷକୁ ଭୁଲି ଯାଇଥିଲେ ।

ଏହି ବିବୃତ୍ତି ପରେ ଶିବ ସୈନିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  ସୋସିଆଲ ମିଡିଆରେ ନାରାୟଣ ରାଣେଙ୍କୁ ଚ୍ୟାଲେଞ୍ଜ କରି କୁହାଯାଉଛି ଯେ ସେ ପ୍ରଥମେ ସେ ଶିବ ସୈନିକଙ୍କୁ ହାତ ଉଠାଇ ଦେଖନ୍ତୁ ପରଣାମ କଣ ହେବ ଦେଖିବେ? କେବଳ ଏତିକି ନୁହେଁ ମୁମ୍ବାଇରେ ରାତାରାତି ‘ନାରାୟଣ ରାଣେ: ଚିକେନ୍ ଚୋର’ର ପୋଷ୍ଟର ଲଗାଯାଇଛି। ସେନା ନାରାୟଣ ରାଣେଙ୍କ ବାସଭବନ ଜୁହୁ ଠାରେ ଏକ ବିଶାଳ ସମାବେଶ କରି ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଛି। ଏପଟେ ନାରାୟଣ ରାଣେଙ୍କ ପୁଅ ଏବଂ ବିଧାୟକ ନୀତେଶ ରାଣେ ଟୁଇଟ୍ କରି କହିଛନ୍ତି, ମୁଁ ଶୁଣିଛି ଯେ ଶିବସେନା କର୍ମୀ ମାନେ ଜୁହୁରେ ଆମ ଘର ସାମ୍ନାରେ ଏକାଠି ହେଉଛନ୍ତି। ଯଦି ମୁମ୍ବାଇ ପୋଲିସ ସେମାନଙ୍କୁ ସେଠାକୁ ଯିବାକୁ ରୋକିବା ଉଚିତ , ନଚେତ୍ ପରବର୍ତ୍ତୀ ଘଟଣା ପାଇଁ ଆମେ ଦାୟୀ ରହିବୁ ନାହିଁ। ସିଂହ ଗୁମ୍ଫା ଭିତରକୁ ଯିବାକୁ ଚେଷ୍ଟା କର ନାହିଁ। 

Related Posts