ବିଳମ୍ବରେ ପହଞ୍ଚିଲା ଟ୍ରେନ୍ , ୨୧୩୫ ଯାତ୍ରୀଙ୍କୁ ୪.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ରେଲବାଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଟ୍ରେନ୍, କ୍ଷତି ପୂରଣ ପାଇବେ ଯାତ୍ରୀ। ଶନିବାର-ରବିବାର ଦିନ ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜାସ୍ ଏକ୍ସପ୍ରେସ ପାଖାପାଖି ଦେଢ଼ ଘଣ୍ଟା ବିଳମ୍ବରେ  ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା।ଏହି କାରଣରୁ, IRCTC କୁ ପ୍ରଥମ ଥର ପାଇଁ ୨୧୩୫ ଯାତ୍ରୀଙ୍କୁ ପ୍ରାୟ ୪.୫ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ପଡିବ। ସୂଚନା ମୁତାବକ , ଶନିବାର ଦିନ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ରେଳ ଷ୍ଟେସନରେ ସିଗନାଲ ନଥିବା କାରଣରୁ ତେଜାସ ଏକ୍ସପ୍ରେସ ବିଳମ୍ବିତ ରାତିରେ ପହଞ୍ଚିଥିଲା। ରବିବାର ମଧ୍ୟ ସମାନ ସ୍ଥିତି ପାଇଁ ୧ ଘଂଟା ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍‌। ଏଥି ସହିତ ଲକ୍ଷ୍ନୌକୁ ଫେରିବା ସମୟରେ ଟ୍ରେନ୍ ମଧ୍ୟ ବିଳମ୍ବରେ ପହଞ୍ଚି ଥିଲା। ତେଜସ୍ ହେଉଛି ଦେଶର ପ୍ରଥମ ଟ୍ରେନ୍, ଯାହାର ବିଳମ୍ବ ପାଇଁ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦି ଟ୍ରେନ୍ ଟ୍ରେନ ୧ ଘଣ୍ଟା ବିଳମ୍ବରେ ପହଞ୍ଚେ ତେବେ ୧୦୦ ଟଙ୍କା ଏବଂ ଦୁଇ ଘଣ୍ଟା କିମ୍ବା ଅଧିକ ବିଳମ୍ବ ପାଇଁ ୨୫୦ ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି।

ନିୟମ ଅନୁଯାୟୀ ଆଇଆରସିଟିସିକୁ ଶନିବାର ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୨୫୦ ଟଙ୍କା ହାରରେ ତେଜସର ୧୫୭୫ ଯାତ୍ରୀଙ୍କୁ ସମୁଦାୟ ତିନି ଲକ୍ଷ ୯୩ ​​ହଜାର ୫୦୦ ଟଙ୍କା ଦେବାକୁ ପଡିବ। ରବିବାର ଦିନ ପ୍ରଥମ ରାଉଣ୍ଡର ୫୬୧ ଜଣ ଯାତ୍ରୀଙ୍କୁ ଗୋଟିଏ ଘଂଟା ବିଳମ୍ବ  ପାଇଁ ୧୦୦ ଟଙ୍କା ଲେଖାଏ ଦେବାକୁ ପଡିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ , ବିମାନ ଭଳି ସୁବିଧା ସହିତ ତେଜସ୍‌ ଏକ୍ସପ୍ରେସ୍ ପ୍ରଥମେ ୪ ଅଗଷ୍ଟ ୨୦୧୯ ରେ ଚାଲିଥିଲ। ଗତ ଦୁଇ ବର୍ଷ ମଧ୍ୟରେ ଏହି ଟ୍ରେନ୍ ବିଷୟରେ ପାଞ୍ଚଟି ଅଭିଯୋଗ ଆସିଥିଲା। ଦୁଇ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଟ୍ରେନ୍ ପହଞ୍ଚିଲା। ସେ ଯାହା ବି ହେଉ ଟ୍ରେନ୍‌ ଡ଼େରିରେ ପହଞ୍ଚିବାରୁ ଯାତ୍ରୀମାନେ କ୍ଷତିପୂରଣ ଟଙ୍କା ପାଇବା କଥା ଦେଶରେ ପ୍ରଥମ ବୋଲି କୁହାଯାଇଛି। 

Related Posts