୨୩ରୁ ୩୧ ଯାଏଁ ୬ ପାସେଞ୍ଜର ଟ୍ରେନ୍ ବାତିଲ୍‌

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ ମହାମାରୀ ଓ ଯାତ୍ରୀ ନ ହେବା କାରଣରୁ ଅଗଷ୍ଟ ୨୩ରୁ ୩୧ ଯାଏ ୬ଟି ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ସେଗୁଡ଼ିକ ହେଉଛି

1- ପୁରୀ-କଟକ-ପୁରୀ ଟ୍ରେନ(୦୮୪୩୨/୦୮୪୩୧)
2- ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ
3-ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଟ୍ରେନ (୦୮୪୧୨/୦୮୪୧୧)
4- କଟକ-ଭଦ୍ରକ-କଟକ ଟ୍ରେନ(୦୮୪୩୮/୦୮୪୩୭)
5- କଟକ-ପାରାଦୀପ-କଟକ ଟ୍ରେନ(୦୮୪୬୧/୦୮୪୬୨)
6- କଟକ-ଭଦ୍ରକ-କଟକ ଟ୍ରେନ(୦୮୪୫୪/୦୮୪୫୩)।

୨୮ରୁ ୩୦ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ୍

1- ପୁରୀ-ଅନୁଗୁଳ-ପୁରୀ ଟ୍ରେନ(୦୮୪୨୮/୦୮୪୨୭)
2-ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଟ୍ରେନ(୦୮୪୩୩/୦୮୪୩୪)
3-ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ(୦୨୮୯୨/୦୨୮୯୧)
4-ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଟ୍ରେନ (୦୮୪୫୬/୦୮୪୫୫)
5-ପୁରୀ-ପାରାଦୀପ-ପୁରୀ ଟ୍ରେନ (୦୮୪୧୪/୦୮୪୧୩)
6-ପୁରୀ-ଗୁଣୁପୁର-ପୁରୀ ଟ୍ରେନ (୦୮୪୧୪/୦୮୪୧୩)
7- ପୁରୀ-ଅନୁଗୁଳ-ପୁରୀ ଟ୍ରେନ (୦୮୪୨୮/୦୮୪୨୭) ଉଭୟ ଦିଗରୁ ଅଗଷ୍ଟ ୨୩ରୁ ୨୭ ଏବଂ ଅଗଷ୍ଟ ୩୧ରେ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ । ଏବଂ ଉଭୟ ଦିଗରୁ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ। ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ୨୩ରୁ ୨୭ ତାରିଖ ଏବଂ ୩୧ ଅଗଷ୍ଟ ୨୦୨୧ରେ ଉଭୟ ଦିଗରୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ କୋଭିଡ୍‌-୧୯ ସଂକ୍ରମଣକୁ ସୀମିତ ରଖିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ହ୍ରାସ କରାଯାଇଥିଲା।

Related Posts