କଂଗ୍ରେସର ବଡ଼ ଖୁଲାସା : ଆଇଆଇଟି, ହାଇଦ୍ରାବାଦର ଫେକ ରିପୋର୍ଟ ଦେଇଛନ୍ତି ସରକାର

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏସ୍‌ପିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ତୁରନ୍ତ ରୁଜୁ କରାଯାଉ- ପ୍ରଦେଶ କଂଗ୍ରେସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା, ଖରସ୍ରୋତା ନଦୀ ଉପରେ ନିର୍ମାଣ କରାଯାଉଥିବା ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ ସଂପର୍କରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବଡ଼ ଖୁଲାସା କରାଯାଇଛି । ଖରସ୍ରୋତା ନଦୀ ବରୁଗଡ଼ିଆ ଠାରେ କରାଯାଉଥିବା ମେଗା ପାଇଫ ୱାଟର ପ୍ରୋଜେକ୍ଟ ସମ୍ବଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଥ୍ୟା ତଥ୍ୟ ଦିଆଯାଇଛି ବୋଲି ଅଭିଯୋଗ କରାଯାଇଛି । ଶନିବାର ଦିନ ପ୍ରଦେଶ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳପକ୍ଷରୁ ଅଭିଯୋଗ ହୋଇଛି ଯେ ରାଜ୍ୟ ସରକାରଙ୍କର ପକ୍ଷରୁ ଦିଆଯାଇଥିବା ପରିବେଶ ସାମାଜକି ପ୍ରଭାବ (ESIA) Environment Social Impact Assessment ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତିହୀନ । ଯେହେତୁ ପ୍ରକଳ୍ପଟି ଭିତର କନିକା ଇକୋ ସେନ୍‌ସିଟିଭ ଜୋନ ମଧ୍ୟରେ ଆସୁଛି ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଇକୋ ସେନ୍‌ସିଟିଭ୍ ଜୋନ କମିଟିର ସହମତି ଏବଂ ସ୍ୱୀକୃତି ନେବା ଜରୁରୀ । ଭିତରକନିକା ଉପରେ ପ୍ରକଳ୍ପର କଣ ପ୍ରତିକୂଳ ପ୍ରଭାବ ବା ପଡ଼ିବନାହିଁ ତାର ସବିଶେଷ ସର୍ଭେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ ପରେ ହିଁ ଇକୋ ସେନ୍‌ସିଟିଭ ଜୋନ କମିଟିର ମିଟିଂରେ ଆଲୋଚନା ପରେ ଯଦି ଏହାକୁ ଅନୁମତି ମିଳେ ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ  ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି । ଏ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୬ ଜୁନ ୨୦୧୫ ମସିହାରେ ଏକ ଗେଜେଟ ନୋଟିଫିକସେନ ବା ବିଜ୍ଞପ୍ତି ଜାରିକରିଥିଲେ । 

ମାତ୍ର ରାଜ୍ୟ ସରକାର ଭଦ୍ରକ ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତରକନିକା ସଂପର୍କରେ କୌଣସି (Environment Social Impact Assessment Study)  ଏନ୍‌ଭାରନ୍‌ମେଟ ଇମ୍ପାକ୍ଟ ଏସେସ୍‌ମେଂଟ ଷ୍ଟଡି କରିନାହାଁନ୍ତି ବୋଲି କଂଗ୍ରେସ ମିଡ଼ିଆ କନଭେନର ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଓ ସମଗ୍ର ରାଜ୍ୟବାସୀଙ୍କୁ ଭୂଆଁ ବୁଲେଇବା ପାଇଁ ଆଇଆଇଟି, ହାଇଦ୍ରାବାଦ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ମିଛି କହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ରାଜ୍ୟ ସରକାର ଯେଉଁ (ESIA) ଇ.ଏସ୍‌. ଆଇ ଏ ରିପୋର୍ଟକୁ ଦେଖାଉଛନ୍ତି ତାହା ଆଇଟି, ହାଇଦ୍ରାବାଦର ଫେକ ରିପୋର୍ଟ ବୋଲି ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ନଅଶହ କୋଟି ଟଙ୍କାର ଠିକାଦାରୀ କାମ ପାଇଁ ରାଜ୍ୟ ସରକାର ଏଭଳି ନିମ୍ନ ସ୍ତରକୁ ଖସିଯିବେଏବଂ ମିଛ ଫେକ୍ ରିପୋର୍ଟ ଦେଖେଇ ଲୋକଙ୍କୁ ଭୂଆଁ ବୁଲେଇବା ତାହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ଶ୍ରୀ ନାୟକ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ସରକାରଙ୍କୁ ଯେଉଁ ପ୍ରଶ୍ନ କରିଛନ୍ତି ତାହା ହେଲା । 

୧-ଭିତରକନିକା ଏକ ଇକୋ- ସେନସିଟିଭ ଜୋନ ହୋଇଥିବା ବେଳେ ସରକାର କାହିଁକି ଦେଶର ଏକ ବିଶ୍ୱସନୀୟ ସଂସ୍ଥା ଠାରୁ ଏନ୍‌ଭାଇରନମେଂଟ ଇମ୍ପାକ୍ଟ ଏସେସମେଂଟ (EIA)ରିପୋର୍ଟ ପ୍ରସ୍ତୁତ କଲେନାହିଁ ।

୨-    ଏହା ଏକ ଅତ୍ୟନ୍ତ ସ୍ପର୍ଶକତାର ପରିବେଶ ସଂକ୍ରାନ୍ତ ପ୍ରସଙ୍ଗ ହୋଇଥିବା ବେଳେ ସରକାର ଆଇଆଇଟି ହାଇଦ୍ରାବାଦର ସିଭିଲ ଇଂଜିନିୟରିଂ ବିଭାଗ ଦ୍ୱାରା କାହିଁକି ରିପୋର୍ଟ ପ୍ରସ୍ତୁ କଲେ ?

୩-    ଆଇଆଇଟି ହାଇଦ୍ରାବାଦର ଯେଉଁ ରିପୋର୍ଟ ଦେଖାଉଛନ୍ତି ତାହା ଭଦ୍ରକ ମେଗା ପାଇଁ ପାଇପ ପାନୀୟ ଜଳ ପ୍ରକଳ୍ପର ଫିଜିବିଲଟି ରିପୋର୍ଟ ସେଥିରେ ଭିତରକନିକା ଜାତୀୟ ଉଦ୍ୟାନ ସପଂର୍କିତ କୌଣସି ତଥ୍ୟ ଉଲ୍ଲେଖ ନାହିଁ ଯଦି ଅଛି ସରକାର ଦେଖେଇ ଦିଅନ୍ତୁ କେଉଁଠି ଓ କ’ଣ ଉଲ୍ଲେଖ ଅଛି ?

୪-    ସରକାର ଆଇଟି ହାଇଦ୍ରାବାଦକୁ ପରିବେଶ ପ୍ରଭାବ ସଂକ୍ରାନ୍ତୀୟ ସର୍ତ ପାଇଁ କେବେ ନିଯୁକ୍ତି ଦେଲେ? ଏଥିପାଇଁ କେତେ ଟଙ୍କା ସରକାର ଆଇଆଇଟିକୁ ଦେଇଛନ୍ତି? ସର୍ଭେ ରିପୋର୍ଟ ର ଟର୍ମ ଅଫ ରେଫେରେନ୍ସି କପି କାହଁକି ସୂଚନା ଅଧିକାରରେ ଦେଇନାହାଁନ୍ତି ସରକାର ?

୫-    ୪୦ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ସରିବାପରେ କାହିଁକି ପ୍ରଶାସକ ଇକୋ ସେନ୍‌ସିଟିଭ ଜୋନ କମିଟିର ମିଟିଂ ଡାକିଲେ?

୬-    ଆଇଆଇଟି ହାଇଦ୍ରାବାଦ ଦ୍ୱାରା ପ୍ରସ୍ତୁତ ରିପୋର୍ଟର କପି କାହିଁକି ସରକାରଙ୍କ ପାଖରେ ନରହି ପ୍ରୋଜେକ୍ଟର ଠିକା ସଂସ୍ଥା ମେଘା ଇନ୍‌ଫ୍ରା ପାଖରେ ରହିଲା?

୭-    ବାସ୍ତବରେ ସର୍ଭେ ରିପୋର୍ଟ ରାଜ୍ୟ ସରକାର କରିଛନ୍ତି ନା ଠିକାଦାର ସଂସ୍ଥା ପକ୍ଷରୁ ଲୁଚାଛପା ଫେକ୍ ରିପୋର୍ଟ ଟେ ପ୍ରସ୍ତୁତ କରାଯାଇଛି ବୋଲି ସତ୍ୟପ୍ରକାଶ ନାୟକ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ।

ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟ ପରିବେଶ ଜଙ୍ଗଲ ବିଭାଗମନ୍ତ୍ରୀ ବିକ୍ରମ ଆରୁଖ କାହିଁକି ନୀରବ? 

ଏ ଘଟଣାର କେନ୍ଦ୍ରୀୟ ଆଇନର ଉଲଂଘନନ ହୋଇଛି ତେଣୁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ଅଭିଯୁକ୍ତ ଠିକାଦାର ଓ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ଦାଶ ଦାବି କରିଛନ୍ତି ।

Related Posts