କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ ବୟାନ – ଏହା ଆମର ଏଜେଣ୍ଡା ନୁହେଁ , ଏଲଓସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କଲା ଭାରତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ସାରା ବିଶ୍ୱ ଚିନ୍ତିତ । ବିଶେଷ କରି ଭାରତ ଏହି ପ୍ରସଙ୍ଗ ଉପରେ ଅଧିକ ଚିନ୍ତିତ।  ତାଲିବାନ ଶାସନ କ୍ଷମତାକୁ ଫେରିବା ପରେ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଇବା ନେଇ ବିଶେଷଜ୍ଞ ମାନେ ଚିନ୍ତିତ ଥିବାବେଳେ,  ତାଲିବାନ ଏହି ପ୍ରସଙ୍ଗରେ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। 

ତାଲିବାନ କହିଛି ଜମ୍ମୁ ଓ କଶ୍ମୀର ପ୍ରସଙ୍ଗ ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ତଥା ଆଭ୍ୟନ୍ତରୀଣ ପ୍ରସଙ୍ଗ ।ଏହା ସହିତ ସେ କହିଛନ୍ତି ଯେ କାଶ୍ମୀର ତାଙ୍କର ଏଜେଣ୍ଡା ନୁହେଁ।

ଅପରପକ୍ଷରେ , ତାଲିବାନ କାବୁଲକୁ କବ୍ଜା କରିବା ପରେ ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଦିଆଯାଇଛି । ଏଲଓସି ଠାରୁ ମାତ୍ର ୪୦୦ କିଲୋମିଟର ଦୂରରେ ତାଲିବାନ ରହିଛି । ଯେହେତୁ ପୂର୍ବରୁ ମଧ୍ୟ କାନ୍ଧାର ହାଇଜାକ୍ ଘଟଣାରେ ପାକିସ୍ତାନ ତାଲିବାନ ଆତଙ୍କବାଦୀଙ୍କ ସହାୟତା ନେଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। 

ତାଲିବାନ ଅଗଷ୍ଟ ୧୫ ତାରିଖ ଦିନ କାବୁଲରେ ପ୍ରବେଶ କରି ଆମେରିକା ସମର୍ଥିତ ଆଫଗାନିସ୍ତାନ ସରକାରର ପତନ ପରେ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲା। ଏହା ପରେ ରାଷ୍ଟ୍ରପତି ଆଶରଫ ଘାନି ଦେଶ ଛାଡି ପଳାଇଥିଲେ।  ଫଳସ୍ୱରୂପ, ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ଅଭିଯାନର ପୂର୍ଣ୍ଣଛେଦ ପଡିଥିଲା। 

ଅଧିକାରୀମାନେ କହିଛନ୍ତି ଯେ ଆଫଗାନିସ୍ତାନରେ ଲଶ୍କର-ଏ-ତାଇବା ଏବଂ ଲଶ୍କର-ଏ-ୱାଙ୍ଗଭି ଭଳି ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ANI ରିପୋର୍ଟ ଅନୁଯାୟୀ, କିଛି ଗାଁ ଏବଂ କାବୁଲର କିଛି ଅଞ୍ଚଳରେ ତାଲିବାନ ସହିତ ଚେକ୍ ପୋଷ୍ଟ କରିଛନ୍ତି।

Related Posts