ତାଲିବାନ ଉପରେ ବ୍ଯାନ୍ ଲଗାଇଲା ଫେସବୁକ୍, କହିଲା – ” ଆମେରିକା ଆଇନ ଅନୁଯାୟୀ ଆତଙ୍କବାଦୀ ସଂଗଠନ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ। ଏହାପରେ ଏବେ ବିଶ୍ଵବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସବୁ ମଧ୍ୟରେ ତାଲିବାନକୁ ବ୍ଯାନ୍ କରିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍। ତାଲିବାନ ଆଫଗାନିସ୍ତାନରେ ନୂତନ ସରକାର ଗଠନ କରିବାକୁ ଯାଉଥିବା ବେଳେ ଫେସବୁକ ତାଲିବାନକୁ ଏହାର ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ବ୍ଯାନ୍ କରିଦେଇଛି।  

ଫେସବୁକ କହିଛି ଯେ ଆମେରିକାର ଆଇନ ଅନୁଯାୟୀ ତାଲିବାନ ଏକ ଆତଙ୍କବାଦୀ ସଂଗଠନ ଏବଂ ତେଣୁ ଆମେ ତାଲିବାନକୁ ଆମ ସେବା ନିଷେଧ ରହିବ।  ଫେସବୁକର ନୀତି ଅନୁଯାୟୀ ଆତଙ୍କବାଦୀ ସଂଗଠନକୁ ତାଙ୍କ ପ୍ଲାଟଫର୍ମରେ ସ୍ଥାନ ଦିଆଯାଇପାରିବ ନାହିଁ। 

ତାଲିବାନ କିମ୍ବା ଏହା ସହ ଜଡିତ କୌଣସି ଆକାଉଣ୍ଟ କିମ୍ବା ପୋଷ୍ଟ ଫେସବୁକରେ ସ୍ଥାନ ପାଇବ ନାହିଁ।  ଫେସବୁକ କହିଛି ଯେ, ” ସେମାନେ (ତାଲିବାନ) ଚଲାଉଥିବା ଆକାଉଣ୍ଟ ଗୁଡ଼ିକୁ ଆମେ ଡିଲିଟ୍ କରୁଛୁ । ଆଫଗାନିସ୍ତାନର ବହୁ ବିଶେଷଜ୍ଞଙ୍କୁ ଆମ ଟିମ୍ ରେ ସାମିଲ୍ କରିଛୁ, ଯେଉଁମାନେ ସେଠାକାର ପାସ୍ତୋ ଏବଂ ଡାରି ଭାଷା ଜାଣିଛନ୍ତି। ସେହି ବିଶେଷଜ୍ଞ ମାନେ ଆମ ପ୍ଲାଟଫର୍ମକୁ ତାଲିବାନ ପ୍ରସଙ୍ଗଗୁଡିକ ଚିହ୍ନିବାରେ ସାହାଯ୍ୟ କରିବେ ।

ସୂଚନାଯୋଗ୍ୟ ଯେ ତାଲିବାନ କ୍ଷମତାକୁ ଆସିବା ପରେ ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ପ୍ରଦାନ କରିଛି । ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି। ପୂର୍ବ ସରକାରଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀ ପୁଣି ଥରେ କାର୍ଯ୍ୟାଳୟକୁ ଫେରନ୍ତୁ ବୋଲି କହିଛି ତାଲିବାନ। ତେଣୁ ତୁମେ ତୁମର ନିତିଦିନିଆ ଜୀବନକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆରମ୍ଭ କରିବା ଉଚିତ ବୋଲି ତାଲିବାନ ଏକ ବିବୃତ୍ତି ଜାରି କରି କହିଛି।

ଏଥିସହ ମହିଳା ଆଙ୍କରମାନଙ୍କୁ ମଧ୍ୟ ନ୍ୟୁଜ୍‌ ପଢ଼ିବାକୁ ଦିଆଯାଇଛି। ଏପଟେ ଆଫଗାନିସ୍ତାନକୁ ତାଲିବାନ ଶାସନ ଫେରିବା ପରେ ପୁରା ଦେଶରେ ଏବେ ଭୟର ବାତାରଣ ଜାରି ରହିଛି। ଲୋକେ ତାଲିବାନୀଙ୍କ ବର୍ବରତାରୁ ବର୍ତ୍ତିବା ପାଇଁ ଜୀବନ ବିକଳରେ ଦେଶ ଛାଡୁଛନ୍ତି। 

Related Posts