ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ରେଜଲ୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । କଳା ସହିତ ଧନ୍ଦା ମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ପାଇବ। ଏ ସମ୍ପର୍କରେ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । ଛାତ୍ରଛାତ୍ରୀ ମାନେ orissaresults.nic.in ରେ ରେଜଲ୍ଟ ଦେଖିପାରିବେ। 

ଚଳିତ ବର୍ଷ କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ମୋଟ ୨ ଲକ୍ଷ ୨୧ ହଜାର ୮୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କିନ୍ତୁ କୋଭିଡ୍ ମହାମାରୀ ଯୋଗୁଁ  ପରୀକ୍ଷା ବାତିଲ କରାଯାଇଥିଲା। ତେଣୁ ମାଟ୍ରିକ ପରୀକ୍ଷା ଆଧାରରେ ମୂଲ୍ୟାଙ୍କନ କରାଯାଇଛି। 

ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ପାସ୍‌ ହାର ୯୦ %  ଉପରେ ରହିବ । ତେବେ ଯଦି ରେଜଲ୍ଟକୁ ନେଇ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଏ ବୃଦ୍ଧି ତେବେ ଅଫ୍‌ଲାଇନ୍‌ ପରୀକ୍ଷା କରାଯିବ କି ନାହିଁ ସେ ସମ୍ପର୍କରେ ଆଗାମୀ ଦିନରେ ଜଣାପଡ଼ିବ। ତେବେ ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା। ଦୁଇ ସପ୍ତାହ ମଧ୍ୟରେ କଳା ଫଳ ପ୍ରକାଶ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ବିଜ୍ଞାନରେ ୯୯.୮୮ ପ୍ରତିଶତ ପିଲା ପାସ କରିଥିବା ବେଳେ ବାଣିଜ୍ୟରେ ୯୯.୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ । କରୋନା ପାଇଁ ଚଳିତ ବର୍ଷ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଛି।

Related Posts