(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦକୁ ଇତି ମଧ୍ୟରେ ଦୁଇ ବର୍ଷ ପୂରି ସାରିଛି। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏହି ଧାରାକୁ ଉଚ୍ଛେଦ କରିବା ସହ ଏଣିକି ସବୁ ରାଜ୍ୟର ଲୋକମାନେ ଚାହିଁଲେ ଜମ୍ମୁ-କଶ୍ମୀରରେ ଜମି ଠାରୁ ଆରମ୍ଭ କରି ଘର କିଣିପାରିବେ ବୋଲି କହିଥିଲେ। କିନ୍ତୁ ଦୁଇ ବର୍ଷ ପରେ ବାସ୍ତବତା ବହୁତ ଅଲଗା। ଜମ୍ମୁ-କଶ୍ମୀରରେ ଏହି ଦୁଇ ବର୍ଷ ମଧ୍ୟରେ ମାତ୍ର ୨ ଜଣ ବାହାର ଲୋକ ଏଠାରେ ଜମି କିଣିଛନ୍ତି।
ଧାରା ୩୭୦ ଯୋଗୁ ଏଠାରେ ଜମ୍ମୁ-କଶ୍ମୀର ବ୍ୟତୀତ କୌଣସି ବାହାର ରାଜ୍ୟର ଲୋକ ଜମି କିମ୍ବା ଘର କିଣି ପାରୁ ନଥିଲେ। ଏହି ଆର୍ଟିକିଲ୍ ଉଚ୍ଛେଦ ହେବାର ଦୁଇ ବର୍ଷ ପରେ ଦେଶର ଅନ୍ୟ ରାଜ୍ୟରୁ କେବଳ ଦୁଇଜଣ ଲୋକ ଜାମ୍ମୁ କାଶ୍ମୀରରେ ଜମି କିଣିଛନ୍ତି ବୋଲି ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।ତେବେ ସେ ଜମି କିଣିଥିବା ଲୋକଙ୍କ ନାମ ପ୍ରକାଶ କରିନାହାଁନ୍ତି। ଯେତେବେଳେ ଏହି ଧାରା ୩୭୦ ରଦ୍ଦ କରାଯିବା ପୂର୍ବରୁ ଅନ୍ୟ ରାଜ୍ୟର ଲୋକମାନେ ସେଠାରେ ଜମି କିଣି ପାରୁନଥିଲେ।
କେବଳ ସେଠାକାର ବାସିନ୍ଦା ସହରାଞ୍ଚଳ ଜମି କିଣି ପାରୁଥିଲେ। ଦୁଇ ବର୍ଷ ପୂର୍ବେ ଅଗଷ୍ଟ ୫ ରେ, କେନ୍ଦ୍ର ସରକାର ଧାରା ୩୭୦ ରଦ୍ଦ କରି ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ସୂଚନା ଦେଇଛନ୍ତି ଯେ ଜମ୍ମୁ-କଶ୍ମୀରରେ ଜମି ଜମା କିଣିବାରେ ବାହାର ରାଜ୍ୟର ଲୋକମାନେ କୌଣସି ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଥିବା ସୂଚନା ଏଯାଏ ମିଳିନି। ଖବର ଅନୁଯାୟୀ, ଏମାନଙ୍କ ମଧ୍ୟରେ ଜଣେ ରିୟଲି ଷ୍ଟେଟ ବ୍ୟବସାୟ ଓ ମଦ ଫ୍ୟାକ୍ଟ୍ରୀ ମାଲିକ ବୋଲି କୁହାଯାଉଛି।
ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୭୦ ବର୍ଷ ପୁରୁଣା ଜମି ସଂସ୍କାର ଆଇନକୁ ରଦ୍ଦ କରିଦିଆଯାଇଥିଲା। ଏହାପୂର୍ବରୁ ନୟା କାଶ୍ମୀର ମନିଫେଷ୍ଟୋ ଅଧୀନରେ ଜାଗିରଦାରୀ ବ୍ୟବସ୍ଥା ରଦ୍ଦ କରାଯାଇଥିଲା। ୧୯୫୦ ର ବିଗ୍ ଲ୍ୟାଣ୍ଡେଡ୍ ଏଷ୍ଟେଟ୍ସ ବିଲୋପ ଅଧିନିୟମରେ ୨୨.୭୫ ଏକର ଜମିରେ ଲ୍ୟାଣ୍ଡ ସିଲିଙ୍ଗ୍ ସ୍ଥିର କରାଯାଇଥିଲା। ଯାହାର ଅଧିକ ଜମି ଥିଲା, ତାଙ୍କର ଜମି ଭୂମିହୀନମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସେହିଭଳି ଜାମ୍ମୁ କାଶ୍ମୀର କୃଷି ସଂସ୍କାର ଅଧିନିୟମ ଅନୁଯାୟୀ ଏହି ଲ୍ୟାଣ୍ଡ ସିଲିଙ୍ଗ୍ କୁ ୧୨.୫ ଏକରକୁ ହ୍ରାସ କରାଯାଇଛି।
କୃଷି ଜମି କିଣିବା ଉପରେ ପ୍ରତିବନ୍ଧକ
କେନ୍ଦ୍ରର ନିଷ୍ପତ୍ତି ପରେ ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସ୍ପଷ୍ଟ କରିଛନ୍ତି ଯେ ବାହାର ରାଜ୍ୟର ଲୋକମାନେ ସେଠାରେ କୃଷି ଜମି କିଣି ପାରିବେ ନାହିଁ। ଆଇନରେ ପରିବର୍ତ୍ତନ କରି ନିବେଶ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। କୃଷି ଜମି କେବଳ ଚାଷୀଙ୍କ ପାଖରେ ରହିବ । ବାହାର ଲୋକ କୃଷି ବ୍ୟତୀତ ଜମ୍ମୁ ଓ କଶ୍ମୀରରେ ଯେକୌଣସି ଜମି କିଣି ପାରିବେ । ସେହିଭଳି ଡେଭଲପମେଣ୍ଟ ଅଥରିଟି ବର୍ତ୍ତମାନ ଏକ କେନ୍ଦ୍ରୀୟ ନିୟମ ଅନୁଯାୟୀ ଜମି ଅଧିଗ୍ରହଣ କରୁଛନ୍ତି।