ସୋସିଆଲ ମିଡିଆକୁ ବେଲଗାମ ଘୋଡା କହିବା ପରେ ଯୋଗୀଙ୍କୁ ପାଲଟା ପ୍ରଶ୍ନ କଲେ କପିଲ ଶିବଲ୍, ତାହାଲେ ବେଲଗାମ ପ୍ରଦେଶ କିଏ ?

yogi adityanath

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆକୁ ବେଲଗାମ ଘୋଡା କହିବା ପରେ ଦେଶରେ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏନେଇ କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ଶିବଲ୍ ବଡ ବୟାନ ଦେଇଛନ୍ତି । ତେବେ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆକୁ ବେଲଗାମ ଘୋଡା ବୋଲି କହିଛନ୍ତି । ଏହାକୁ ଲଗାମ ଲଗାଇବା ପାଇଁ ଯୋଗୀ ଆଦିତ୍ୟନାଥ ଟ୍ରେନିଂ କରନ୍ତୁ ବୋଲି କହିଥିଲେ । କିନ୍ତୁ ମୋର ମଧ୍ୟ ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଯୋଗୀ ଆଦିତ୍ୟନାଥଙ୍କୁ କଂଗ୍ରେସ ନେତା କପିଲ ଶିବଲ୍ କହିଥିଲେ । ବର୍ତ୍ତମାନ ଦେଶର କେଉଁ ରାଜ୍ୟ ହେଉଛି ବେଲଗାମ ପ୍ରଦେଶ ବୋଲି ପ୍ରଶ୍ନ କରିଥିଲେ ।

ଏଥିପାଇଁ ଯୋଗୀ ସରକାର ନିଜର କର୍ମକତ୍ତାଙ୍କୁ ତାଲିମ ଦିଅନ୍ତୁ ଏବଂ ଖୁବଶୀଘ୍ର ଏହାକୁ ଲଗାମ ଦିଅନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ୍ କହିଥିଲେ । ଅପରିପକ୍ଷରେ ସୋସିଆଲ ମିଡିଆର କୌଣସି ପିତା ମାତା ନାହାଁନ୍ତି । ତେଣୁ ଦଳୀୟ କର୍ମୀମାନଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି । ଯଦି ସେମାନେ ଏପରି ନ କରନ୍ତି ତାହାଲେ ସେମାନେ ମିଡିଆ ଟ୍ରାଏଲର ଶୀକାର ହୋଇପାରନ୍ତି ବୋଲି ଯୋଗୀ ଚେତାବନୀ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରିଣ୍ଟ ମିଡିଆ ଏବଂ ଇଲେକଟ୍ରନିକ ମିଡିଆର ମାଲିକ ଅଛନ୍ତି କିନ୍ତୁ ସୋସିଆଲ ମିଡିଆର କୌଣସି ପିତା ମାତା ନାହାଁନ୍ତି ।

ତେଣୁ ଏପରି ଏକ ବେଲଗାମ ଘୋଡାକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ସ୍ୱତନ୍ତ୍ର ତାଲିମ ନେବା ଆବଶ୍ୟକ । ଅନ୍ୟପଟେ ପେଗାସସ ଗୁପ୍ତଚର ଦୁର୍ନୀତିକୁ ନେଇ ଯୋଗୀ ଆଦିତ୍ୟନାଥ ଦଳର ଆଇଟି ସେଲ କର୍ମଚାରୀମାନଙ୍କୁ ସୋସିଆଲ ମିଡିଆରେ ଉତ୍ତର ପ୍ରସ୍ତୁତ ରଖିବା ପାଇଁ ଚେତାବନୀ ଦେଇଛନ୍ତି । ଏହା ସହ କୌଣସି ମୂହୁର୍ତ୍ତକୁ ଅପେକ୍ଷା ନକରି ଯଥାଶୀଘ୍ର ଏହାକୁ ପ୍ରସ୍ତୁତ କରିବା ପାଇଁ ଯୋଗୀ ଆଦିତ୍ୟ ନାଥ କହିଛନ୍ତି । ଏନେଇ ଲକ୍ଷ୍ନୌରେ ଆୟୋଜିତ ସୋସିଆଲ ମିଡିଆ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଯୋଗୀ ବିଜେପି ଆଇଟି ସେଲର କର୍ମକର୍ତ୍ତା ଏବଂ ଅଧିକାରୀଙ୍କ ସହ ଆଲୋଚନା କରାଥିଲେ ।

Related Posts