ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମର ମଧ୍ୟ ନାମ ପରିବର୍ତ୍ତନ କରାଯାଉ: କଂଗ୍ରେସ

randeep

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବର୍ତ୍ତମାନ ଟୋକିଓ ଅଲମ୍ପିକରେ ଜିତିଥିବା ଖେଳାଳିମାନଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଥିଲେ । ତେବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରି ଏହାର ନାମ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର କରିଥିଲେ । ବାସ ଏହା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଯାଇଥିଲା । କିଛି ଲୋକ ଏହାକୁ ସ୍ୱାଗତ ଜଣାଇବା ବେଳେ ଆଉ କିଛି ଲୋକ ସରକାରଙ୍କ ଏପରି ଆଭିମୁଖ୍ୟକୁ ସହଜରେ ହଜମ କରିପାରିନଥିଲେ । ଶେଷରେ ଏ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ଏପରିସ୍ଥିତିରେ କଂଗ୍ରସ ପ୍ରବକ୍ତା ରଣଦୀପ ସୁରଜେୱାଲା ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ଆମେ ସ୍ୱାଗତ କରୁଛୁ । ଏହା ଯେମିତି ସମ୍ଭବ ହେଲା ସେହିପରି ନରେନ୍ଦ୍ର ମୋଦି ଓ ଅରୁଣ ଜେଟଲି ଷ୍ଟାଡିୟମର ନାମ ପରିର୍ତ୍ତନ କରାଯାଉ । ଏହା କୌଣସି ଖେଳାଳିଙ୍କ ନାମରେ ନାମିତ କରାଯାଉ । ଯଦି ଏମିତି କାମ ଆରମ୍ଭ କରାଯାଇଛି ତାହାଲେ ଭଲ ଭାବେ କରାଯାଉ ବୋଲି ରଣଦୀପ ସୁରଜେୱାଲା କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ରାଜୀବ ଗାନ୍ଧି ଦେଶର ନାୟକ ଥିଲେ । ସେ କୌଣସି ପୁରସ୍କାର ସହ ନଥିଲେ । ତାଙ୍କ ନିଜସ୍ୱ ପରିଚୟ ହିଁ ତାଙ୍କ ପାଇଁ ବହୁତ ଥିଲା । ଆଧୁନିକ ଭାରତର ନିର୍ମାଣ ପାଇଁ ସେ ବେଶ ଜଣାଶୁଣା । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଏହା ଏକ ସମ୍ମାନ ହୋଇଥିବାରୁ ଆମେ ଏହାକୁ ସ୍ୱାଗତ କରୁଛୁ । କିନ୍ତୁ ଏହା ଯଦି ମୋଦିଙ୍କ ହୀନ ରାଜନୀତି ମଧ୍ୟକୁ ଚାଲିଯାଇ ନ ଥାଆନ୍ତା ତେବେ ଆମେ ଷ୍ଟାଡିୟମର ନାମ ପରିବର୍ତ୍ତନ କଥା ଉଠାଇ ନଥାନ୍ତୁ । ଏବେ ସମୟ ଆସିଛି ମୋଦି ଓ ଜେଟଲିଙ୍କ ଷ୍ଟାଡିୟମର ନାମ ପରିବର୍ତ୍ତନ କରି ଖେଳାଳିଙ୍କ ନାମରେ ରଖାଯାଉ ।

Related Posts