(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଇତିହାସ ରଚିଛି । ତେବେ ୧୯୮୦ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଅଲମ୍ପିକ ଗେମରେ ଭାରତୀୟ ହକି ଦଳ କିଛି କମାଲ କରି ପାରିନଥିଲା । କିନ୍ତୁ କମଲ ମନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ବର୍ଷ ସେହି କମାଲ କରିବାରେ ସମର୍ଥ ହୋଇ ପାରିଛି । ଟୋକିଓରେ ଚାଲିଥିବା ଅଲିମ୍ପିକ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ଜର୍ମାନୀକୁ ୫-୪ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ପରେ ଭାରତୀୟ ହକି ଦଳ ସହ ଅଧିନାୟକ ମନପ୍ରୀତ ସିଂହ ଏବଂ ପ୍ରଶିକ୍ଷକ ଗ୍ରାହାମ ରିଡଙ୍କୁ ସାରା ଦେଶରୁ ଶୁଭେଚ୍ଛା ବାର୍ତ୍ତା ଆସିଥିଲା ।
ଏହା ସହ ଏହି ଖୁସିରେ ସାରା ଦେଶ ଉତ୍ସବ ମନାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ମନପ୍ରିତ କୌରଙ୍କୁ ଏକ ସରପ୍ରାଇଜ କଲ କରିଥିଲେ । ସବୁଠାରୁ ରୋଚକ କଥାଟି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ୟାପଟେନ ମନପ୍ରୀତ ସିଂଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆର ଟ୍ୱିଟର ମିଡିଆ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହି ଭିଡିଓରେ ପିଏମ ମୋଦୀ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କୁ ଶୁଭେଚ୍ଛା ଜଣାଇବାକୁ ଶୁଣିବାକୁ ମିଳୁଛି। ଏହା ସହ ଟୋକିଓ ୨୦୨୦ ମସିହାରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ତଥା ପ୍ରଶିକ୍ଷକ ଆଜି ଏକ ସରପ୍ରାଇଜ କଲ ପ୍ରଧାନମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛନ୍ତି ବୋଲି ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ଏହି ଭିଡିଓ କ୍ୟାପସେନରେ ଲେଖିଛି ।
ଅନ୍ୟପଟେ ଏହି ପଦକକୁ ମିଶାଇ ଟୋକିଓ ଅଲମ୍ପିକରେ ବର୍ତ୍ତମାନ ପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ତେବେ ପ୍ରଥମେ ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତିଥିବାବେଳେ ଭେଟେରାନ ସଟଲର ପି.ଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ପରେ ବକ୍ସର ଲୋଭଲିନା ବୋରେଗୋହେନ ମଧ୍ୟ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ।