ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରିୟଙ୍କା ଗାନ୍ଧି ହେବେ କଂଗ୍ରେସ ଚେହେରା

pyinka gandhi ]

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶର ନଜର ଆସନ୍ତା ଉତ୍ତରପ୍ରଦେଶ ନିର୍ବାଚନ ଉପରେ ରହିଛି । ଏନେଇ ଶାସକ ଦଳ ଠାରୁ ଆରମ୍ଭ କରି ବିରୋଧ ଦଳ ପର୍ଯ୍ୟନ୍ତ ସମସ୍ତେ ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଇଥିବାର ଦେଖବା ପାଇଁ ମିଳିଛି । ଏପରିସ୍ଥିତିରେ ଜାତୀୟ କଂଗ୍ରେସ ଜାତୀୟ ସଚିବ ତଥା ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ରାଜେଶ ତିୱାରୀ ବଡ ବୟାନ ଦେଇଛନ୍ତି । ତେବେ ଆସନ୍ତା ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧି ବାଡ୍ରା ମୁଖ୍ୟମନ୍ତ୍ରୀଙ୍କ ଚେହେରା ହେବେ ବୋଲି ରାଜେଶ ତିୱାରୀ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଏହା ସହ ଉତ୍ତରପ୍ରଦେଶ ବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ତାଙ୍କ ନେତୃତ୍ୱରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ ।

ଦଳ ସମସ୍ତ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ । ଏପରିକି ଜନସାଧାରଣଙ୍କ ସମେତ ଉତ୍ତରପ୍ରଦେଶ କଂଗ୍ରେସ କର୍ମୀ ତଥା କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ପ୍ରିୟଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ଚାହୁଁଛନ୍ତି ବୋଲି ରାଜେଶ ତିୱାରୀ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷେ କୌଣସି ଦଳ ସହ ମିଶି ନିର୍ବାଚନ ଲଢିବାର ପ୍ରଶ୍ନ ଉଠୁ ନାହିଁ ବରଂ ଦଳ ସମସ୍ତ ସିଟରେ ଲଢିବ ବୋଲି ରାଜେଶ ତିୱାରୀ କହିଛନ୍ତି । ତେବେ ଉତ୍ତରପ୍ରଦେଶର ସମସ୍ତ ୪୦୩ଟି ଆସନରେ ପ୍ରାର୍ଥୀ ଦେବାକୁ କଂଗ୍ରେସ ପ୍ରସ୍ତୁତ ହେଉଛି । ଏପରିକି ସମାଜବାଦୀ ପାର୍ଟି ହେଉ କିମ୍ବା ରାଜ୍ୟର ଅନ୍ୟ କୌଣସି ଦଳ ସହ ମିଶି ନିର୍ବାଚନ ଲଢିବାର କୌଣସି ପ୍ରଶ୍ନ ଉଠୁ ନାହିଁ । ଅପରିପକ୍ଷରେ କଂଗ୍ରେସକୁ ବୁଥ ସ୍ତର ପର୍ଯ୍ୟନ୍ତ ମଜବୁତ କରିବା ପାଇଁ ତାଲିମ ଦିଆଯାଉଛି ବୋଲି ତାୱାରି କହିଛନ୍ତି ।

ଏହା ଛଡା ଛତିଶଗଡରେ ୧୫ ବର୍ଷ କ୍ଷମତାରେ ରହିବା ପରେ ବୁଥ ସ୍ତରରେ ମଧ୍ୟ ଏକ ବଡ ସଫଳତା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ମଧ୍ୟ ଏହି ପରୀକ୍ଷଣ କରାଯାଉଛି ବୋଲି ରାଜେଶ ତିୱାରୀ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ୧୦୦ରୁ ଅଧିକ ଅଧିକାରୀଙ୍କୁ ଛତିଶଗଡରେ ତାଲିମ ଦିଆଯାଉଛି । ଏହି ନେତାମାନଙ୍କୁ କଂଗ୍ରେସର ଇତିହାସ ଜଣାଇବା ସହ ବୁଥ ଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଥିବାର ସୂଚନା ମିଳିଛି । ଏପରିକି ସେମାନଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପଶ ବାଗେଲ ମଧ୍ୟ ପ୍ରଶିକ୍ଷଣ ଦେଇଛନ୍ତି ।

ଅପରିପକ୍ଷରେ ରାୟପୁରର ନିରଂଞ୍ଜନ ଧର୍ମଶାଳାରେ ବୁଥ ପରିଚାଳନା ବିଷୟରେ ମାଷ୍ଟର ଟ୍ରେନରଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଏହା ଛଡା ସବୁଠାରୁ ରୋଚକ କଥାଟି ହେଉଛି ପ୍ରିୟଙ୍କା ଗାନ୍ଧି ବାଡ୍ରା ଏହି ପ୍ରଶିକ୍ଷଣରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ତେବେ ମାଷ୍ଟର ଟ୍ରେନରମାନେ ବର୍ତ୍ତମାନ ଉତ୍ତରପ୍ରଦେଶର ଜିଲ୍ଲା, ବିଧାନସଭା ଏବଂ ବ୍ଳକ ସ୍ତରରେ ଶ୍ରମିକମାନଙ୍କୁ ତାଲିମ ଦେବେ ବୋଲି ସୂଚନା ମିଳିଛି ।

Related Posts