(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଜାମ୍ମୁ କାଶ୍ମୀରରେ ୨୦୧୯ ମସିହା ପରଠାରୁ ୧୯୪୮ ଜଣ ଲୋକଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ତଥା UAPA ଅଧିନରେ ଗିରଫ କରାଯାଇଥିଲା। ଏଥି ମଧ୍ୟରୁ ମାତ୍ର ୩୪ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏ ସମ୍ପର୍କରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ସୂଚନା ଥାଉକି ଜାମ୍ମୁ କାଶ୍ମୀରରୁ 5 ଅଗଷ୍ଟ 2019 ରେ ଧାରା 370 ହଟାଯାଇଥିଲା।
ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ନ୍ୟାସନାଲ୍ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଅପରାଧ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଥାଏ ଏବଂ ଏହି ତଥ୍ୟକୁ ପ୍ରତି ବର୍ଷ ‘କ୍ରାଇମ ଇନ୍ ଇଣ୍ଡିଆ’ ରିପୋର୍ଟରେ ପ୍ରକାଶ କରିଥାଏ ।
ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ଜାମ୍ମୁ କାଶ୍ମୀରରେ ୨୦୧୯ ମସିହାରୁ ୧୨୦୦ ରୁ ଅଧିକ ମାମଲା, ୨୩୦୦ ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ, PSA ଅଧିନରେ ୯୫୪ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି। ଏଥିମଧ୍ୟରୁ ୪୬% UAPA ଅଧୀନରେ ବୁକ୍ ହୋଇଥିବା ବେଳେ ୩୦% PSA ଅଧୀନରେ ଗିରଫ ହୋଇ ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟ ଜେଲରେ ରହିଛନ୍ତି ।୨୦୨୧ ଜୁଲାଇ ଶେଷ ସୁଦ୍ଧା, PSA ଅଧୀନରେ ୯୫ ଜଣଙ୍କୁ ଅଟକ ରଖାଯାଇଥିଲା
ସରକାରୀ ତଥ୍ୟ ଆଧାରରେ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୯ ରେ PSA ଅଧୀନରେ ୬୯୯ ଜଣ ଏବଂ ୨୦୨୦ ରେ ୧୬୦ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୧ ଜୁଲାଇ ଶେଷ ସୁଦ୍ଧା , ୯୫ ଜଣଙ୍କୁ PSA ଅଧୀନରେ ଅଟକ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୮୪ ଜଣ ଏବେ ବି ଜେଲରେ ଅଛନ୍ତି।