(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସର ଦ୍ବାଦଶ ଦିନରେ ଭାରତକୁ ଆଉ ଏକ ପଦକ ଦେଲେ ମହିଳା ବକ୍ସର ଲଭଲିନା। ଲଭଲିନା ଆଜି ସେମି ଫାଇନାଲରେ ୬୯ କେଜି ବର୍ଗରେ କଡା ମୁକାବିଲା ସତ୍ବେ ତୁର୍କୀ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିଯାଇଛନ୍ତି। ତୁର୍କି ପ୍ରତିଦ୍ୱନ୍ଦୀଙ୍କ ଠାରୁ ୫-୦ରେ ଲଭଲୀନା ହାରିଛନ୍ତି । ତାଙ୍କୁ ବର୍ତ୍ତମାନ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହା ସହ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି।
ସୂଚନାଯୋଗ୍ୟ ଯେ ଲଭଲିନଙ୍କ ମ୍ୟାଚ୍ ଦେଖିବା ପାଇଁ ବିଶେଷ କରି ଆସାମ ବିଧାନସଭାର କାର୍ଯ୍ୟକାଳ ୩୦ ମିନିଟ ଯାଏଁ ସ୍ଥଗିତ ରଖାଯାଇଥିଲା । ମହିଳା ଓ୍ୱେଟଲିଫ୍ଟର ବର୍ଗ କ୍ୱାର୍ଟର ଫାଇନାଲରେ ଚୀନ ତାଇପେ ପ୍ରତିଯୋଗି ନିଏନ ଚୀନକୁ ହରାଇ ଭାରତକୁ ପଦକ ସୁନିଶ୍ଚିତ କରାଇଥିଲେ । ଆଜି ସେମିରେ ବିଶ୍ୱ ଚାମ୍ପିଅନ ତୁର୍କୀର ବୁସେନାଜ ସୁରମେନେଲୀଙ୍କ ସହ କଡା ମୁକାବିଲା କରି ହାରିଯାଇଛନ୍ତି । ସୂଚନା ଥାଉକି, ୨ ଥର ବିଶ୍ୱ ଚାମିଅନସିପରେ କାଂସ୍ୟ ପଦକ ବିଜେତୀ ଲଭଲୀନା ଆସାମର ପ୍ରଥମ ମହିଳା ଯିଏକି ଅଲିମ୍ପିକରେ କ୍ୱାଲିଫାଏ କରିଛନ୍ତି ।