(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମୁମ୍ବାଇ ବିମାନବନ୍ଦରରେ ଶିବସୈନିକ ମାନେ ତୁମୁଳ କାଣ୍ଡ କରିଛନ୍ତି । କାରଣ ବିମାନବନ୍ଦରର ନାଁ ପରିବର୍ତ୍ତନ। ଶିବସେନାର କର୍ମୀମାନେ ‘ଅଦାନି ଏୟାରପୋର୍ଟ’ ନାମ ପରିବର୍ତ୍ତନ ଦାବିରେ ହୋର୍ଡିଙ୍ଗକୁ ଭାଙ୍ଗି ଦେଇଥିବା ଦେଖାଯାଇଛି । ସେମାନଙ୍କ ଦାବି ହେଉଛି ଅଦାନିଙ୍କ ନାଁ ହଟାଇ ସେଠାରେ ଶିବାଜୀଙ୍କ ନାଁ ରଖାଯିବା ଆବଶ୍ୟକ।
ପୂର୍ବରୁ ଏହି ବିମାନ ବନ୍ଦରର ନାଁ ଶିବାଜୀ ବିମାନବନ୍ଦର ଥିଲା । କିନ୍ତୁ ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅଦାନୀ ଗ୍ରୁପ୍ ପୁଂଜି ନିବେଶ କରିବା ପରେ ଏହାର ନାଁ ପରିବର୍ତ୍ତନ କରାଯାଇ ‘ଅଦାନୀ ଏୟାରପୋର୍ଟ’ ରଖାଯାଇଥିଲା । ଆଦାନୀ GVK ରୁ ମୁମ୍ବାଇ ବିମାନବନ୍ଦରର ମାଲିକାନା ଅଧିକାର ହାସଲ କରିଥିଲେ । ଏହାକୁ ନେଇ ଶିବସେନା କର୍ମୀ ମାନେ ଜୋରଦାର ବିରୋଧ କରିବା ସଙ୍ଗେ ସଙ୍ଗେ ନାଁ ହଟାଇବାକୁ ଦାବି କରିଥିଲେ। ସରକାର ପୂର୍ବଭଳି ବିମାନବନ୍ଦରର ନାଁ ଶିବାଜୀଙ୍କ ନାଁରେ ରଖିବାକୁ ଶିବସେନା କର୍ମୀ ଦାବି କରିଛନ୍ତି । ଏ ନେଇ ଆଜି ଶିବସେନାକର୍ମୀ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚି ଭଙ୍ଗାରୁଜା କରିବା ସହ ତୁରନ୍ତ ସେମାନଙ୍କ ଦାବି ପୂରଣ ହେଉ ବୋଲି କହିଛନ୍ତି ।
ଆଦାନୀ ଗ୍ରୁପ୍ ର ବୟାନ :-
ଏହି ଘଟଣା ସମ୍ପର୍କରେ ଆଦାନୀ ଏୟାରପୋର୍ଟ ହୋଲଡିଂ ଲିମିଟେଡ୍ (AAHL) ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଅତୀତର ଘଟଣାକୁ ଦୃଷ୍ଟିରେ ରଖି ଆମେ ବର୍ତ୍ତମାନ ନିଶ୍ଚିତ କରୁଛୁ ଯେ AAHL ଆଦାନୀ ବିମାନବନ୍ଦର ବ୍ରାଣ୍ଡିଂ ବୋର୍ଡକୁ ପରିବର୍ତ୍ତନ କରିଛି ଏବଂ ଛତ୍ରପତି ଶିବାଜୀଙ୍କ ନାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବିମାନବନ୍ଦରରେ ପୂର୍ବ ପରି ପୁରୁଣା ବ୍ରାଣ୍ଡିଂ ଅଛି । ଆମେ ସରକାର ଏବଂ ବିମାନ ମନ୍ତ୍ରଣାଳୟର ସମସ୍ତ ନିୟମ ପାଳନ କରୁଛୁ।