ହାଡଫୁଟି ପରି ସହଜରେ ବ୍ୟାପିଥାଏ ଡେଲ୍ଟା ଭାରିଆଣ୍ଟ

delta

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ଭୟଙ୍କର ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କରୋନାଭାଇରସର ଡେଲଟା ପ୍ରକାରକୁ ଚିକେନ ଫୋକ୍ସ ପରି ସଂକ୍ରମଣକାରୀ ବୋଲି ବର୍ଣ୍ଣନା କରିଥିଲା ଏବଂ ଏହା ଅଧିକ ଗୁରୁତର ରୋଗର କାରଣ ହୋଇପାରେ ବୋଲି ସୂଚନା ଦେଇଛି । ମୂଳ କୋଭିଡ-୧୯ ଷ୍ଟ୍ରେନ ତୁଳନାରେ ଏହାର ସଂକ୍ରମଣ କ୍ଷମତା ଅଧିକ। ସଂପୂର୍ଣ୍ଣ ଟିକା ନେଇଥି‌ଲେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କୁ ଏହା ଅସୁସ୍ଥ କରିପାରେ ବୋଲି ସିଡିସି ପକ୍ଷରୁ ସତର୍କ କରାଇ ଦିଆଯାଇଛି।

ସଂସଦର ସଦସ୍ୟମାନଙ୍କୁ ସିଡିସି ଏଭଳି ସତର୍କ ସୂଚନା ଦେଇଛି ବୋଲି ଏକ ଗୋପନୀୟ ତଥ୍ୟରୁ ଜଣାଯାଇଛି। ସବୁଠାରୁ ଚିନ୍ତାର ବିଷୟ ଏହା ଯେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକମାନେ ମଧ୍ୟ ଟିକା ନେଇ ନଥିବା ଲୋକଙ୍କ ଭଳି ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବା ପରେ ଅନ୍ୟମାନଙ୍କୁ ଆକ୍ରାନ୍ତ କରିପାରିବେ। ଏହି ଭାରିଆଣ୍ଟ ପ୍ରଥମଥର ପାଇଁ ଭାରତରେ ହିଁ ଚିହ୍ନଟ ହୋଇଥିଲା। ୧୯୧୮ର ସ୍ପେନିସ୍ ଫ୍ଲୁ, ହାଡ଼ଫୁଟି, ଇବୋଲା, ଏମଇଆର୍‌ଏସ୍ ଏବଂ ସାର୍ସ ତୁଳନାରେ ଏହା ଅଧିକ ସଂକ୍ରାମକ ।

କେବଳ ଡେଲଟା ଭାରିଆଣ୍ଟ ତୁଳନାରେ ମିଳିମିଳା ଅଧିକ ସଂକ୍ରାମକ ବୋଲି ଏଥିରେ କୁହାଯାଇଛି। ଡେଲ୍ଟା ଭାରିଆଣ୍ଟ ବା ଈ.୧.୬୧୭.୨ ମଧ୍ୟ ଅନ୍ୟାନ୍ୟ ମାରାତ୍ମକ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ କରୋନା ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ରଣନୀତି ପରିବର୍ତ୍ତନ କରିବାକୁ ମଧ୍ୟ ଏଥିରେ ପରାମର୍ଶ ଦିଆଯାଇଛି। ଡେଲ୍ଟା ଭାରିଆଣ୍ଟକୁ ନେଇ ଦସ୍ତାବିଜରେ ଥିବା ପ୍ରାଥମିକ ତଥ୍ୟ ସିଡିସି ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ଭବିଷ୍ୟତରେ ବିପଦର କାରଣ ପାଲଟି ପାରେ ବୋଲି ସେମାନେ କହିଛନ୍ତି।

Related Posts