ଜାତୀୟ ଜନଗଣନାକୁ ନେଇ ଆରମ୍ଭ ହେଲା ରାଜନୀତି, ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ଆଲୋଚନା

nitish kumar

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଜାତୀୟ ଜଣଗଣନା ନୀତିକୁ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ସାକ୍ଷାତାକାର କରିଥିବାର କଥା ସମ୍ନାକୁ ଆସିଛି । ତେବେ ବିହାରରେ ଜେଡିୟୁ ଏବଂ ଆରଜେଡି ଭଳି ଦଳ ଗୁଡିକ ଦୀର୍ଘ ସମୟଧରି ଜାତି ଭିତ୍ତିକ ଜନଗଣନାକୁ ସମର୍ଥନ କରିଆସୁଛନ୍ତି । ଏନେଇ ବିହାର ବିଧାନସଭାରେ ଏହାର ପ୍ରସ୍ତାବ ମଧ୍ୟ ପାରିତ ହୋଇସାରିଛି । କିନ୍ତୁ ଜାତି ଭିତ୍ତିକ ଜନଗଣନାକୁ ଜେଡିୟୁ ଦଳର ସହଯୋଗୀ ଭରତୀୟ ଜନତା ପାର୍ଟି ୨୦ ଜୁଲାଇରେ ହୋଇଥିବା ସଂସଦରେ ଏହାକୁ ମନା କରିଦେଇଛି ।

ତେଣୁ ନୀତିଶ କୁମାର ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏ ବିଷୟରେ ଆଲୋଚନା କରିବା ପାଇଁ ଆରଜେଡି ନେତା ତେଜସ୍ୱି ଯାଦବ ପରାମର୍ଶ ଦେଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ଜନଗଣନାକୁ ନେଇ ଚାପ ପକାଇବା ପାଇଁ କହିଛନ୍ତି । ଏହାର ଜବାବରେ ନୀତିଶ କୁମାର କହିଛନ୍ତି ସେ ଅଗଷ୍ଟ ଦୁଇ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିବେ ଏବଂ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଚିଠି ମଧ୍ୟ ଲେଖାଯିବ ବୋଲି ତେଜସ୍ୱୀ କହିଛନ୍ତି । ଅନ୍ୟପଟେ ବିହାରରେ ଅନେକ ସମୟଧରି ଏହି ଜାତୀୟ ଜନଗଣନା ମୁଦ୍ଦା ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ।

ହେଲେ ପୂର୍ବତନ ୟୁପିଏ ସରକାର ହେଉ କିମ୍ବା ବର୍ତ୍ତମାନର ମୋଦି ସରକାର ହେଉ ଉଭୟ ଏହି ଜନଗଣନାକୁ ଅଣଦେଖା କରିବାରେ ଲାଗିଛନ୍ତି । ଅପରିପକ୍ଷେ କେନ୍ଦ୍ରରେ ବିଜେପି ସରକାର ଅବିସି ବର୍ଗର ଲୋକମାନଙ୍କ ପାଇଁ କିଛିଦିନ ପୂର୍ବରୁ ବଡ ଘୋଷଣା କରିଛନ୍ତି । ତେବେ ମେଡିକାଲ ଏବଂ ଶିକ୍ଷା ବ୍ୟବସ୍ଥାରେ ୧୦% ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ସହିତ ୨୭% ଅବିସିକୁ ନେଇ ପ୍ରଧାନମନ୍ତ୍ରୀ ସଂରକ୍ଷଣ ଦେଇଛନ୍ତି । ଅନ୍ୟପଟେ ଜୁଲାଇ ୨୪ରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଜାତିଜନଗଣନାକୁ ନେଇ ଏକ ଟ୍ୱିଟ ମଧ୍ୟ କରିଥିଲେ । ଏନେଇ ବିହାର ବିଧାନମଣ୍ଡଳରେ ୧୮ ଫେବୃଆରୀ ୨୦୧୯ ଏବଂ ପରେ ୨୭ ଫେବୃଆରୀ ୨୦୨୦ ମସିହାରେ ଏହି ପ୍ରସ୍ତାବର ସର୍ବସମ୍ମତି ସହିତ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା ।

କେନ୍ଦ୍ର ସରକାର ଏହି ପ୍ରସ୍ତାବର ପୁନଃବିର୍ଚାର କରନ୍ତୁ ବୋଲି ଏହି ଟ୍ୱିଟରେ ଉଲ୍ଲେଖ କରାଯାଇଥିଲା । ଜାତିଜନଗଣନାକୁ ନେଇ ନୀତିଶ ବାରମ୍ବାର ଆଗକୁ ଆସୁଥିଲେ ମଧ୍ୟ ତାଙ୍କ ସହଯୋଗୀ ଦଳ ଏହାକୁ ଅଣଦେଖା କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନୀତିଶ ବିପକ୍ଷ ଦଳ ଆରଜେଡି ସହ ବୈଠକ କରୁଥିବା ବେଳେ କେନ୍ଦ୍ରରେ ବିଜେପି ଅବିସିମାନଙ୍କୁ ଆରକ୍ଷଣ ଦେଇଛି ।

ତେବେ ଯଦି ଆମେ କେନ୍ଦ୍ର ସରକାରଙ୍କ ନୂତନ ସଂରକ୍ଷଣ ନୀତିକୁ ଦେଖିବା ତାହାଲେ ସରକାରଙ୍କ ଅଧିନରେ ଥିବା ମେଡିକାଲ କଲେଜ ଗୁଡିକରେ ଏଡମିଶନ ପାଇଁ ୨୭% ଅବିସି ଏବଂ ୧୦% ଆର୍ଥିକ ଦୁର୍ବଳ ଥିବା ଛାତ୍ରମାନଙ୍କୁ ଆରକ୍ଷଣ ଦେଇଛନ୍ତି । ଏହାର ଲାଭ ପାଖାପାଖି ୫୫୦୦ ଛାତ୍ର ପାଇପାରିବେ ବୋଲି ସୂଚନା ମିଳିଛି । ପ୍ରଥମେ ଦଳରେ ଅଧିକ ଅବିସି ନେତାଙ୍କୁ ସ୍ଥାନ ଦେବା ପରେ ମେଡିକାଲ ଶିକ୍ଷାରେ ଆରକ୍ଷଣ ଦେବା ଭଳି କେନ୍ଦ୍ର ସରାକରଙ୍କ ପଦକ୍ଷେପ ସିଧାସଳଖ ଭାବରେ ଅବିସି ଭୋଟ ବ୍ୟାଙ୍କ ରାଜନୀତି ବୋଲି ସ୍ପଷ୍ଟ ବାରି ହେଇଯାଉଛି ।

Related Posts