ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ ସିଂହଦେଓଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଥିବା ବିଧାୟକଙ୍କୁ ନୋଟିସ ଜାରି କଲା କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ ଏବଂ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। କଂଗ୍ରେସ ବିଧାୟକ ବୃହସ୍ପତି ସିଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଛତିଶଗଡ କଂଗ୍ରେସ ପକ୍ଷରୁ ବିଧାୟକଙ୍କୁ ନୋଟିସ ଜାରି କରିଯାଇଥିଲା। ଏହାର ଗୋଟିଏ ଦିନ ପରେ, ଜୁଲାଇ 28 ବୁଧବାର ଦିନ ଛତିଶଗଡ଼ କଂଗ୍ରେସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ଏହି ଘଟଣାର ସମାଧାନ ହୋଇଯାଇଛି।

ତେବେ କଂଗ୍ରେସ ବିଧାୟକ ବୃହସ୍ପତି ସିଂ ଏବଂ ଟି ଏସ ସିଂଦେଓଙ୍କ ମଧ୍ୟରେ ତିକ୍ତତା ଏମିତି ବଢିଥିଲା ଯେ ସ୍ବାସ୍ଥ୍ୟ ମନ୍ତ୍ରୀ ବିଧାନସଭା ଅଧିବେଶନରୁ ୱାକ୍ ଆଉଟ କରିବା ସଙ୍ଗେ ସଙ୍ଗେ ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ଅଧିବେଶନରେ ଉପସ୍ଥିତ ରହିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଟି ଏସ ସିଂ ଦେଓଙ୍କ ବିରୋଧରେ ଆସିଥିବା ହତ୍ୟା ଉଦ୍ୟମ ଅଭିଯୋଗ ଉପରେ ବିଧାୟକଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଥିଲା ।

ପିଟିଆଇ ରିପୋର୍ଟ ଅନୁଯାୟୀ ଛତିଶଗଡ ପ୍ରଦେଶ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ପିଏଲ୍ ପୁନିଆ ବୃହସ୍ପତି ସିଂଙ୍କ ମନ୍ତବ୍ୟ ଉପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏବଂ 24 ଘଣ୍ଟା ମଧ୍ୟରେ ବିଧାୟକଙ୍କଠାରୁ ଜବାବ ତଲବ କରିଥିଲେ ।

 ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ସିଂ ଦେଓ କହିଛନ୍ତି ଯେ “ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଯାଇଛି। ବର୍ତ୍ତମାନ ଏକ ଦଳ ଭାବରେ ରାଜ୍ୟର ଦାୟିତ୍ୱ ପୂରଣ କରିବା ଉପରେ ଆମର ଧ୍ୟାନ ରହିବ।”

 ଅଭିଯୋଗ କ’ଣ ଥିଲା ?

 25 ଜୁଲାଇ ରବିବାର ଦିନ ରାମାନୁଜଗଞ୍ଜ ବିଧାୟକ ବୃହସ୍ପତି ସିଂ ଅଭିଯୋଗ କରିଥିଲେ ଯେ ଦେଓଙ୍କ ସହଯୋଗୀ ମାନେ ସୁରଗୁଜା ଜିଲ୍ଲାରେ ତାଙ୍କ କନଭେନର ଉପରକୁ ଆକ୍ରମଣ କରିଥିଲେ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦାବି କରି ସିଂ କହିଥିଲେ ଯେ ଶନିବାର ସନ୍ଧ୍ୟାରେ ସେ ତାଙ୍କ ଗାଡିରେ ଯାତ୍ରା କରୁଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ସମେତ ତିନି ଜଣ ସହଯୋଗୀ ତାଙ୍କୁ ଆକ୍ରମଣ କରିଥିଲେ।

 ଦି ୱାୟାର ରିପୋର୍ଟ ଅନୁଯାୟୀ , ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ସଚିନ ସିଂ ଦେଓଙ୍କ ବିରୋଧରେ ବୃହସ୍ପତି ସିଂ ଅମ୍ବିକାପୁର ଜିଲ୍ଲା ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଥିଲେ।

 ରାମାନୁଜଗଞ୍ଜ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଶଂସା କରିବା ସ୍ବାସ୍ଥ୍ୟ ମନ୍ତ୍ରୀ ସିଂ ଦେଓଙ୍କୁ ଅଡୁଆରେ ପକାଇଛି। କାରଣ ସେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଏବଂ ବାଘେଲଙ୍କୁ ପ୍ରଶଂସା କରାଯିବା କାରଣରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।  

 ବିଧାନସଭାରେ କ’ଣ ହେଲା ?

 ସୋମବାର ମୁଖ୍ୟ ବିରୋଧୀ ଦଳ ବିଜେପି ଦାବି କରିଛି ଯେ ଏହି ଘଟଣାରେ ସରକାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ମଙ୍ଗଳବାର ଦିନ ଗୃହମନ୍ତ୍ରୀ ତମ୍ରାଧୱାଜ ସାହୁ ଏହି ଘଟଣା ଉପରେ ବିବୃତ୍ତି ଦେଇ କହିଛନ୍ତି ଯେ ଏହା ଏକ ‘ସଡ଼କ ରେଜ୍ ଘଟଣା’ କହି ଏଡାଇ ଯାଇଥିଲେ ।

 ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ କହିଛନ୍ତି ଯେ ବିବାଦ ପ୍ରସଙ୍ଗରେ ସେ ଦୁଇଜଣଙ୍କ ପକ୍ଷରୁ କୌଣସି ସଦସ୍ୟଙ୍କ ନିକଟରୁ ଅଭିଯୋଗ ଆସିନଥିବାରୁ ସେମାନଙ୍କୁ ଏହି ପ୍ରସଙ୍ଗରେ କହିବାକୁ ଡାକି ପାରିବେ ନାହିଁ।

ପିଟିଆଇ ରିପୋର୍ଟ ଅନୁଯାୟୀ ଦେଓ ବିଧାନସଭା ବାଚସ୍ପତିଙ୍କୁ କହିଥିଲେ, “ଗତକାଲି ଆପଣଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ତାଙ୍କ ଚ୍ଯାମ୍ବରକୁ ଆମକୁ ଡାକିଥିଲେ ଏବଂ ବିବାଦ ଉପରେ ଆଲୋଚନା ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ବିଶ୍ୱାସ କରି ପାରୁ ନାହିଁ ଯେ ମୁଁ ଏମିତି ଏକ ସ୍ଥିତିରେ ଅଛି ଯେପର୍ଯ୍ୟନ୍ତ ସରକାର ଏହି ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ନଦିଅନ୍ତି ସେ ପର୍ଯ୍ୟନ୍ତ ମୁଁ ବିଧାନସଭାକୁ ଆସିବି ନାହିଁ। ଏହି ପ୍ରସଙ୍ଗରେ ସରକାର ଏକ ସ୍ପଷ୍ଟ ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଥିଲେ। 

ବିଧାୟକ ବୃହସ୍ପତି ସିଂଙ୍କୁ ଛତିଶଗଡ କଂଗ୍ରେସର ନୋଟିସ

 ANI ରିପୋର୍ଟ ଅନୁଯାୟୀ ଦଳ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ବିଧାୟକଙ୍କ ଏହି ବୟାନ ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ଏହା ଏକ ସାମାନ୍ୟ କଥା , ସେ (ବିଧାୟକ ବୃହସ୍ପତି ସିଂ) ଦାବି କରିଛନ୍ତି ଯେ ଟି.ଏସ୍ ସିଂ ଦେଓ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। କିନ୍ତୁ ଆଇଜି, ଗୃହମନ୍ତ୍ରୀ, ସିଏମ୍ ଙ୍କୁ ଏ ସମ୍ପର୍କରେ କୌଣସି ଅଭିଯୋଗ କରି ନାହାଁନ୍ତି। ଲାଗୁଛି ସେ ଭାବପ୍ରବଣ ହୋଇ ଏଭଳି ଅଭିଯୋଗ କରିଛନ୍ତି ।”

Related Posts