(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଯଦି ଆପଣ ଆସନ୍ତା ମାସରେ କୌଣସି କାର୍ଯ୍ୟ ପାଇଁ ବ୍ୟାଙ୍କ ଯାଉଛନ୍ତି , ତେବେ ଧ୍ୟାନ ଦିଅନ୍ତୁ । ସମସ୍ତ ସରକାରୀ ଓ ବେସରକାରୀ ଛୁଟି ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଆରବିଆଇ ପକ୍ଷରୁ ଜାରି ହୋଇଥିବା ଛୁଟି ତାଲିକ ଅନୁଯାୟୀ, ପ୍ରତିମାସର ରବିବାର ଓ ଦ୍ୱିତୀୟ ଶନିବାରକୁ ଛାଡି କରି ଅଗଷ୍ଟ ମାସରେ ଅତିରିକ୍ତ ୮ ଦିନ ବ୍ୟାଙ୍କ ବନ୍ଦ ରହିବ ।
ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟ ଗୁଡ଼ିକ ପାଇଁ ଭିନ୍ନ ହୋଇଥାଏ ଏବଂ ସମସ୍ତ ବ୍ୟାଙ୍କିଙ୍ଗ୍ କମ୍ପାନୀଗୁଡିକ ମଧ୍ୟ ଏହାକୁ ପାଳନ କରନ୍ତି ନାହିଁ । ବ୍ୟାଙ୍କିଙ୍ଗ୍ ଛୁଟି ମଧ୍ୟ ନିର୍ଦ୍ଦିଷ୍ଟ ରାଜ୍ୟରେ ପାଳନ କରାଯାଉଥିବା ପର୍ବଗୁଡ଼ିକ ଉପରେ ନିର୍ଭର କରେ କିମ୍ବା ସେହି ରାଜ୍ୟଗୁଡ଼ିକରେ ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକର ବିଜ୍ଞପ୍ତି ଉପରେ ନିର୍ଭର କରେ ।
ଏଥର ଅଗଷ୍ଟ ମାସ ଛୁଟିଦିନରୁ ଆରମ୍ଭ ହେବ କାରଣ ଅଗଷ୍ଟ ୧ ରବିବାର ଅଟେ ଏବଂ ସେହିଦିନ ସ୍ବାଭାବିକ ଭାବେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
ଜାଣନ୍ତୁ ଛୁଟି ତାଲିକା –
୧ ଅଗଷ୍ଟ – ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ
୮ ଅଗଷ୍ଟ – ରବିବାର ପାଇଁ ବ୍ୟାଙ୍କ୍ ବନ୍ଦ
୧୩ ଅଗଷ୍ଟ- ଶହିଦ ଦିବସ ପାଇଁ ଇମ୍ଫାଲ ଜୋନରେ ବନ୍ଦ ରହିବ ବ୍ୟାଙ୍କ୍ ।
୧୪ ଅଗଷ୍ଟ – ଦ୍ୱିତୀୟ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ
୧୫ ଅଗଷ୍ଟ – ସ୍ୱତନ୍ତ୍ରତା ଦିବସ ଯୋଗୁଁ ବ୍ୟାଙ୍କ ଛୁଟି
୧୬ ଅଗଷ୍ଟ – ପାରସୀ ନବବର୍ଷ ପାଇଁ ମହାରାଷ୍ଟ୍ର ବେଲାପୁର, ମୁମ୍ବାଇ ଓ ନାଗପୁର ଜୋନରେ ବ୍ୟାଙ୍କ୍ ବନ୍ଦ
୧୯ ଅଗଷ୍ଟ – ମହରମ୍ ପାଇଁ ବ୍ୟାଙ୍କ୍ ଛୁଟି
୨୦ ଅଗଷ୍ଟ – ମହରମ୍ ଓ ପ୍ରଥମ ଓଣମ ପାଇଁ ବେଙ୍ଗାଲୁର, ଚେନ୍ନେଇ, କୋଚି ଓ କେରଳ ଜୋନରେ ବ୍ୟାଙ୍କ୍ ବନ୍ଦ ରହିବ ।
୨୧ ଅଗଷ୍ଟ – ଥିରୁଓଣମ ପାଇଁ କୋଚି ଓ କେରଳରେ ଜୋନରେ ଛୁଟି ରହିବ ।
୨୨ ଅଗଷ୍ଟ – ରକ୍ଷା ବନ୍ଧନ ପାଇଁ ବ୍ୟାଙ୍କ ବନ୍ଦ
୨୩ ଅଗଷ୍ଟ- ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ ପାଇଁ କୋଚ୍ଚି ଓ କେରଳ ଜୋନରେ ବ୍ୟାଙ୍କ ବନ୍ଦ
୨୮ ଅଗଷ୍ଟ – ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ
୨୯ ଅଗଷ୍ଟ – ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୩୦ ଅଗଷ୍ଟ – ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ଛୁଟି ।
୩୧ ଅଗଷ୍ଟ- ଶ୍ରୀକୃଷ୍ଣ ଅଷ୍ଟମୀ ପର୍ବ ଚାଲୁଥିବାରୁ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ