(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ସଂସଦୀୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ସାଂସଦ ଡେରେକ ଓ’ବ୍ରାଇନ ସୂଚନା ଦେଇଛନ୍ତି । ତେବେ ମମତା ବାନାର୍ଜୀଙ୍କର ନୂଆ ଦିଲ୍ଲୀ ଗସ୍ତ ପୂର୍ବରୁ ଏପରି ଘୋଷଣା କରାଯାଇଛି । ଯାହା ଏକ ବୃହତ ଜାତୀୟ ଧ୍ୟାନର ମୂଳଦୁଆ ପକାଇବ ବୋଲି ଆଶା କରାଯାଉଛି ।
ତେବେ ସାଂସଦ ସୁଦୀପ ବାନ୍ଦ୍ୟପାଧ୍ୟାୟଙ୍କ ଠାରୁ ମମତା ବାନାର୍ଜୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ମମତା ବାନାର୍ଜୀ କିଛି ରାନୈତିକ ବ୍ୟକ୍ତିଙ୍କ ମଧ୍ୟରେ ରହିବେ ଯେଉଁମାନେ ସଂସଦରେ ନିର୍ବାଚିତ ନେତା ନ ହୋଇ ନିଜ ଦଳର ସଂସଦୀୟ ଦଳର ନେତୃତ୍ୱ ନେଇଛନ୍ତି । ସେହିପରି ୧୯୯୮ରେ ସୋନିଆ ଗାନ୍ଧୀ ଦଳର ମୁଖ୍ୟ ହେବାପରେ କଂଗ୍ରେସ ସଂସଦୀୟ ଦଳର ନେତୃତ୍ୱ ନେଇଥିଲେ । ଅନ୍ୟପଟେ ମମତା ଦୁଇଦିନ ପୂର୍ବରୁ ସମଗ୍ର ଦେଶରେ ଦଳର କର୍ମୀ ତଥା ବିରୋଧୀ ଦଳର ନେତାମାନଙ୍କୁ ସମ୍ବୋଧିତ କରି ବିଜେପି ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ ।
ଆଜି ରାଜ୍ୟସଭାରେ ଟିଏମସିର ଏମପି ସାନ୍ତନୁ ସେନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ତୃଣମୂଳ କଂଗ୍ରେସ ନେତା ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଆମେ ସଂସଦ ଚଳାଇବାକୁ ଚାହୁଁ । ଦୁଇ କିମ୍ବା ତିନୋଟି ପ୍ରସଙ୍ଗ ଉପରେ ଆଲୋଚନା ହେଉ ବୋଲି ଆମେ ଚାହୁଁ । ପେଗାସସ ପ୍ରସଙ୍ଗ ଉପରେ ଆଲୋଚନା ହେବା ଆବଶ୍ୟକ । ଏହା ସହ ନୂତନ ଚାଷୀ ଆଇନକୁ ରଦ୍ଦ କରାଯାଉ ବୋଲି ତୃଣମୂଳ କଂଗ୍ରେସ ନେତା କହିଛନ୍ତି ।