ଜୁଲାଇ ରୁ ଡିସେମ୍ବର ୨୦୨୦ ମଧ୍ୟରେ ଭାରତ ସରକାର ଟ୍ୱିଟର ଆକାଉଣ୍ଟ ବାବଦରେ ସର୍ବାଧିକ ସୂଚନା ମାଗିଛନ୍ତି: ଟ୍ୱିଟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ ନୂଆ ଆଇଟି ନିୟମ ଆସିବା ପରଠାରୁ  ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହା ମଧ୍ୟରେ ଟ୍ୱିଟର ପକ୍ଷରୁ ଟ୍ରାନସପାରେନ୍ସି ରିପୋର୍ଟ ଜାରି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତ ସରକାର ସର୍ବାଧିକ ଥର ଟ୍ୱିଟରକୁ ଟ୍ୱିଟର ୟୁଜର ବା ଆକାଉଣ୍ଟ ବାବଦରେ ସୂଚନା ମାଗିଛନ୍ତି। ଟ୍ଵିଟର ପକ୍ଷରୁ ଡିସେମ୍ଵରରୁ ଜୁଲାଇ ୨୦୨୦ ରିପୋର୍ଟ ଜାରି କରାଯାଇଛି।

   ବିଶ୍ୱର ସବୁ ଦେଶ ତୁଳନାରେ ଟ୍ଵିଟର ଆକାଉଣ୍ଟ ବାବଦରେ ଅଧିକ ସୂଚନା ମଗାଯାଇଥିବା ଦେଶ ମଧ୍ୟରେ ଭାରତର କେବଳ ୨୫ ପ୍ରତିଶତ ରହିଛି। କଣ୍ଟେଣ୍ଟ ଏବଂ ପୋଷ୍ଟ ହଟାଇବା ପାଇଁ ଯେଉଁସବୁ ଅନୁରୋଧ ଆସିଛି ସେଥିମଧ୍ୟରୁ ଜାପାନରୁ ସର୍ବାଧିକ ଅନୁରୋଧ ଆସିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତ ରହିଛି। ୨୦୧୨ ମସିହାରେ ଟ୍ୱିଟର ଏହାର ଟ୍ରାନସପାରେନ୍ସି ରିପୋର୍ଟ ପ୍ରକାଶ କରିବା ଆରମ୍ଭ କରିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଆମେରିକା ପକ୍ଷରୁ ଏମିତି ଅନୁରୋଧ କରାଯାଇ ନାହିଁ ବୋଲି ଟ୍ବିଟର କହିଛି।

 ସର୍ବଭାରତୀୟ ସ୍ତରରେ ସମୁଦାୟ ୧୪,୫୬୧ ସରକାରୀ ଅନୁରୋଧ ଗ୍ରହଣ କରାଯାଇଥିଲା, ୨୦୨୦ ର ଦ୍ୱିତୀୟାର୍ଦ୍ଧରେ ୧୨,୧୦୯ ରୁଟିନ୍ ଏବଂ ୨୪୫୨ ଇମରଜେନ୍ସି ଅନୁରୋଧ ରହିଛି। ଟ୍ୱିଟର ପକ୍ଷରୁ ବର୍ଷକୁ ଦୁଇ ଥର ଟ୍ରାନସପାରେନ୍ସି ରିପୋର୍ଟ ପ୍ରକାଶ କରି ଥାଏ। ଯେଉଁଥିରେ ସରକାରୀ ତଥା ଆଇନଗତ ଅନୁରୋଧ ସଂଖ୍ୟା, ପୋଷ୍ଟ ହଟାଇବା ପାଇଁ ଅନୁରୋଧ ଏବଂ ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ଆକାଉଣ୍ଟଗୁଡିକର ତଥ୍ୟ ଉପରେ ବିବରଣୀ ଦିଆଯାଇଥାଏ। 

 କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମକୁ ନେଇ ଗତ କିଛିଦିନ ହେବ କେନ୍ଦ୍ର ସରକାର ଓ ସୋସିଆଲ ମିଡ଼ିଆ କମ୍ପାନି ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଚାଷୀ ଅନ୍ଦୋଳନ ସମ୍ପର୍କିତ କିଛି ପୋଷ୍ଟ ହଟାଯିବା ପରେ ଶାସକ ଦଳ ବିଜେପିର ଅନେକ ନେତାଙ୍କ ରାଜନେତାଙ୍କର ପୋଷ୍ଟକୁ ‘ମନିପ୍ୟୁଲେଟେଡ୍ ମିଡିଆ’ ଟ୍ୟାଗ୍ ଲଗାଇବା ଏବଂ ବ୍ଲୁ ଟିକ୍ ହଟାଇବାକୁ ନେଇ ସରକାର ଓ ଟ୍ୱିଟର ମୁହାଁମୁହିଁ ହୋଇଥିଲେ।

 ନୂତନ ଆଇଟି ନିୟମକୁ ପାଳନ ନକରିବାରୁ ଟ୍ବିଟର ଏହାର ଆଇନଗତ ସୁରକ୍ଷା ମଧ୍ୟ ହରାଇଛି । ଭାରତରେ ଏବେ ଟ୍ୱିଟରରେ ଆନୁମାନିକ ୧.୭୫ କୋଟି ୟୁଜର ରହିଛନ୍ତି। ନିକଟରେ ଜଣେ ରେସିଡେଣ୍ଟ ଅଭିଯୋଗ ଅଧିକାରୀଙ୍କୁ ଟ୍ବିଟର ନିଯୁକ୍ତି ଦେଇଥିଲା , ଏହାର ମୁଖ୍ୟ ନିୟମ ଅଧିକାରୀ ନିଯୁକ୍ତ ହେବାର କିଛି ଦିନ ପରେ ଏହାର ପ୍ରଥମ ଟ୍ରାନସପାରେନ୍ସି ରିପୋର୍ଟ ମଧ୍ୟ ପ୍ରକାଶ କରିଥିଲେ।

 ବୁଧବାର ଦିନ ନିଜ ବ୍ଲଗରେ ଟ୍ୱିଟର କହିଛି ଯେ ଜୁଲାଇ-ଡିସେମ୍ବର ୨୦୨୦ ଅବଧି ମଧ୍ୟରେ  ମୋଟ୍ ସୂଚନାରୁ ଭାରତର କେବଳ ୨୫ ପ୍ରତିଶତ ରହିଥିବା ବେଳେ ୨୨ ପ୍ରତିଶତ ସହିତ ଦ୍ୱିତୀୟରେ ଆମେରିକା ରହିଛି। ଟ୍ୱିଟର ପୋଷ୍ଟ ହଟାଇବାକୁ ଯେଉଁ ଦାବି ହୋଇଛି ସେଥିମଧ୍ୟରୁ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଯଥାକ୍ରମେ ଜାପାନ (୧୭ ପ୍ରତିଶତ),ଫ୍ରାନ୍ସ (୧୪ ପ୍ରତିଶତ),ଭାରତ, ରୁଷିଆ, ତୁର୍କୀ ଏବଂ ଦକ୍ଷିଣ କୋରିଆ ରହିଛି। ଟୁଇଟର କହିଛି ଯେ ଭାରତରୁ ୧୦୯୬ (୪୬ ପ୍ରତିଶତ) ରୁ ଅଧିକ ରୁଟିନ୍ ଅନୁରୋଧ ଗ୍ରହଣ କରାଯାଇଥିବାବେଳେ ଜାନୁଆରୀ-ଜୁନ୍ ୨୦୨୦ ମଧ୍ୟରେ ନିର୍ଦ୍ଦିଷ୍ଟ ଆକାଉଣ୍ଟ ସଂଖ୍ୟା ୧୬୦୨ (୨୭ ପ୍ରତିଶତ) ବୃଦ୍ଧି ପାଇଛି।

 ଜୁଲାଇ-ଡିସେମ୍ବର ୨୦୨୦ ମଧ୍ୟରେ, ୧୩୧,୯୩୩୩ ଆକାଉଣ୍ଟରୁ ନିର୍ଦ୍ଦିଷ୍ଟ ପୋଷ୍ଟ ହଟାଇବା ପାଇଁ କୁହାଯାଇଥିଲା। ଏବଂ ସର୍ବଭାରତୀୟ ସ୍ତରରେ ୩୮୫୨୪ ଆଇନଗତ ଦାବି ଗ୍ରହଣ କରାଯାଇଥିବା ଟ୍ବିଟର ସୂଚନା ଦେଇଛି। ଏହି ଅନୁରୋଧ ହେଉଛି ବିଶ୍ଵର ଆଇନଗତ ଅନୁରୋଧର ୨୯ ପ୍ରତିଶତ । ଟ୍ୱିଟର ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ପୂର୍ବ ରିପୋର୍ଟ ସମୟ ତୁଳନାରେ ଟ୍ୱିଟର ଗ୍ରହଣ କରିଥିବା ଆଇନଗତ ଦାବି ସଂଖ୍ୟାରେ ୯% ହ୍ରାସ ଘଟିଛି, ତଥାପି ଏହି ସମୟ ମଧ୍ୟରେ ସର୍ବାଧିକ ସଂଖ୍ୟକ ଆକାଉଣ୍ଟରୁ ପୋଷ୍ଟ୍ ହଟାଇବାକୁ ଚେଷ୍ଟା କରିଛି। ସମୁଦାୟ ବିଶ୍ୱବ୍ୟାପୀ ଆଇନଗତ ଚାହିଦା ମଧ୍ୟରୁ ପ୍ରାୟ ୯୪ ପ୍ରତିଶତ କେବଳ ୫ଟି ଦେଶରୁ ଆସିଥିଲା – ଜାପାନ, ଭାରତ, ଋଷ, ତୁର୍କୀ ଏବଂ ଦକ୍ଷିଣ କୋରିଆ ।

 ଜାପାନ ପରେ, ପରବର୍ତ୍ତୀ ସର୍ବାଧିକ ଆଇନଗତ ଦାବି ଭାରତରୁ ଆସିଥିଲା, ଯେଉଁଥିରେ ବିଶ୍ବର ଆଇନଗତ ଦାବିଗୁଡିକର ୧୮ ପ୍ରତିଶତ ରହିଥିଲା ​​ଏବଂ ପୂର୍ବ ରିପୋର୍ଟ ସମୟ ତୁଳନାରେ ଏହା ୧୫୨ ପ୍ରତିଶତ ବୃଦ୍ଧି ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏହି ରିପୋର୍ଟ ସମୟ ମଧ୍ୟରେ ଭାରତରୁ ଅନୁରୋଧରେ ନିର୍ଦ୍ଦିଷ୍ଟ ଆକାଉଣ୍ଟ ସଂଖ୍ୟା ମଧ୍ୟ ୪୫% ବୃଦ୍ଧି ପାଇଛି ବୋଲି ଟ୍ୱିଟର କହିଛି।

 ଆମେରିକାର ସୋସିଆଲ ମିଡିଆ ଜ୍ୟାଣ୍ଟ କହିଛି ଯେ ବିଶ୍ବର ୧୯୯ ଭେରିଫାଏଡ୍ ସାମ୍ବାଦିକ ଏବଂ ନ୍ୟୁଜ ଆଉଟଲେଟର ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩୬୧ ଆଇନଗତ ଦାବି ହୋଇଛି – ପୂର୍ବ ରିପୋର୍ଟ ଅପେକ୍ଷା ଏହି ଅନୁରୋଧ ସଂଖ୍ୟା ୨୬% କୁ ବୃଦ୍ଧି ଘଟିଛି। ଏଥିରେ କୁହାଯାଇଛି ଯେ ଏଥିରେ ଭାରତ (୧୨୮), ତୁର୍କୀ (୧୦୮), ପାକିସ୍ତାନ (୫୨) ଏବଂ ଋଷରୁ (୨୮) ପୋଷ୍ଟ ହଟାଯିବା ପାଇଁ ଅନୁରୋଧ ଆସିଥିଲା ।

Related Posts